
ବିଷମକଟକ,୧୪/୮(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ଚାଚରାଗୁଡା ଗ୍ରାମ ପଚାୟତର କେରାଣ୍ଡିଗୁଡା ରାସ୍ତା ଅତି ଶୋଚନୀୟ । ସରକାର ଙ୍କ ମାଳ ମାଳ ଯୋଜନା ଏହି କେରାଣ୍ଡିଗୁଡା ଗ୍ରାମରେ କିପରି କାର୍ଯ୍ୟ ରେ ଲାଗୁଛି ଟିକିଏ ନଜର କରନ୍ତୁ। ଭାରତ ଶ୍ୱାଧିନ ପରେ ମଧ୍ୟ ଏହି ଗ୍ରାମର ବିକାଶ ସାତସପନ। ଖରାଦିନେ ଯାତାୟତ ବେଳେ ଏତେଟା ସମସ୍ୟା ହେଉ ନଥିଲା।କିନ୍ତୁ ବର୍ଷା ଦିନ ଆସିବାପରେ ଏହି ସ୍ଥାନରେ ଝିପି ଝିପି ବର୍ଷା ରେ କାଦୁଅ ହୋଇଥିବା ଯୋଗୁଁ ଲୋକେ ଏହି ବାଟ ଦେଇ ଯାତାୟତ କରିପାରୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଏବଂ ଏହି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ସରକାର ଙ୍କ ଦୃଷ୍ଟି ଏହି ଅଞ୍ଚଳ ପ୍ରତି ପଢୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଏହି ଗ୍ରାମ କୁ ଜରୁରୀ କାଳୀନ ପରିସ୍ଥିତି ରେ ମଧ୍ୟ ଆମ୍ବୁଲାନ୍ସ ଆସିପାରୁ ନାହିଁ । ଜନସାଧାରଣ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ କୈଣସି କାର୍ଯ୍ୟ ହେଉ ନଥିବା କହିଛନ୍ତି ଗ୍ରାମ ବାସୀ। ଏହି ଦିଗରେ ରାୟଗଡା ଜିଲ୍ଲା ପାଳ ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଦାବି ହୋଇଛି।
ରିପୋର୍ଟ,, ପ୍ରସନ୍ନ କୁମାର ପଣ୍ଡା ।


