Thursday, October 15, 2026
Home ଆଞ୍ଚଳିକ ଓଲଟିଲା ଫଳ ବୋଝେଇ ମିନି ଟ୍ରକ

ଓଲଟିଲା ଫଳ ବୋଝେଇ ମିନି ଟ୍ରକ

12

ବାଲିଗୁଡା,୧୪/୮ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁରୁଣାସାହି ନିକଟରେ ଭୋର 5 ଟା ବେଳେ ଘଟିଛି ଦୁର୍ଘଟଣା । । ଶନିବାର ଦିନ ବ୍ରହ୍ମପୁରରୁ ଫଳ ନେଇ ଏକ ମିନି ଟ୍ରକ ବାଲିଗୁଡ଼ା ଆସୁଥିବା ବେଳେ କ.ନୂଆଗାଁ ପୁରୁଣା ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ତିନିଜଣ ଆହତ ହୋଇଥିବା ଜଣାପଡ଼ିଛି ଓ ସମସ୍ତଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।