
ଜଟଣୀ,୧୩/୮(ଜିଲ୍ଲା ଖବର) : ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ସମୟରେ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ଆଶଳିନ ମନ୍ତବ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଆସୁଛି । ତେଣୁ ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ହରିଭାଇନାଛକଠାରେ ବିଜେଡି ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟଙ୍କ କୁଶପୁତଳିକା ଦାହ କରାଯାଇଥିଲା । ବିଜେଡି ଜିଲାସଭାପତି ବିଭୂତି ବଳବନ୍ତରାୟଙ୍କ ନିର୍ଦ୍ଧେଶକ୍ରମେ ନଗର ସଭାପତି ଆଶୁତୋଷ ପ୍ରତାପସିଂହଙ୍କ ନେତୃତ୍ୱରେ ହରିଭାଇନାଛକଠାରେ ସୁରଙ୍କ କୁଶପୁତଳିକା ଦାହ କରିବା ସହିତ ଦେଇଥିବା ଆଶଳିନ ମନ୍ତବ୍ୟ ଓ ଘୃଣ୍ୟ ଅପସବ୍ଦ ବ୍ୟବହାରକୁ ନେଇ ବିଧାୟକ କ୍ଷମାମାଗନ୍ତୁ ବୋଲି ଛାତ୍ରବିଜେଡିର ଯୁବକମାନେ ଦାବି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲାଉପସଭାପତି ସୁଦର୍ଶନ ସୁନ୍ଦରାୟ, ନାରୀନେତ୍ରୀ ନମିତା ପାଲ ପଣ୍ଡା,ଶଶାଙ୍କ ଶେଖର ରାୟ,ସୁଶାନ୍ତ ପାଲଟାସିଂହ,ହେମନ୍ତ ମହାପାତ୍ର, ଅନନ୍ତ ଶତପଥୀଙ୍କ ସହିତ ବିଜୁ ଛାତ୍ର ଜନତାଦଳ ଓ ସମସ୍ତ ବିଜେଡିର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ । ଏଥି ସହିତ ଜଟଣୀର ସମସ୍ତ ଜନସାଧାରଣ ବିଧାୟକଙ୍କ ଏପରି ବ୍ୟବହାରକୁ ଦୃଢ ନିନ୍ଦା କରିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର


