Sunday, October 11, 2026
Home ଆଞ୍ଚଳିକ ଘୁ.ଉଦୟଗିରି ଠାରେ ଇନଡୋର ଷ୍ଟାଡିୟମର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର

ଘୁ.ଉଦୟଗିରି ଠାରେ ଇନଡୋର ଷ୍ଟାଡିୟମର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର

6

ବାଲିଗୁଡ଼ା,13/08 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତାବିତ ଇନଡୋର ଷ୍ଟାଡିଅମର ନିର୍ମାଣ ନିମନ୍ତେ ଅନୁଦାନ ମଂଜୁର କରିଥିବାରୁ ନଗର ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ଘୁ.ଉଦୟଗିରି ବାସୀ I ଯୁବଶକ୍ତି ପାଇଁ ବିନିଯୋଗ ଆମ ଦେଶର ଭବିଷ୍ୟତ ପାଇଁ ବିନିଯୋଗ ଅଟେ l ବିଜୁ ବାବୁଙ୍କ ଆନ୍ତରିକ ଇଛା ଥିଲା ଯେ, ପ୍ରତ୍ୟେକ ଓଡ଼ିଆ ନିଜ ପ୍ରତିଭା ବିକାଶ ନିମନ୍ତେ ଉପଯୁକ୍ତ ସୁଯୋଗ ପାଆନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ସଫଳତାର ଶିଖର ସ୍ପର୍ଶ କରନ୍ତୁ ବୋଲି ଉପସ୍ଥିତ ଦଳୀୟ କର୍ମକର୍ତ୍ତା ମତପ୍ରକାଶ କରିଥିଲେ I ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଛଅ କୋଟି ଟଙ୍କାର ଅନୁଦାନ ଅନୁମୋଦନ କରି ଥିବାରୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଟିକାବାଲି ବ୍ଲକ ସଭାପତି ରୋଦନ ମଲିକ, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଳ, ଘୁ.ଉଦୟଗିରି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ମହିଳା ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବିଧାୟକ ପ୍ରତିନିଧି ରାଜା ପାତ୍ର, ଲେକଚରର ବୁଲିଆନ, ଏମ.ଡି. ଆଲମାସ, ଯୁବ ସଭାପତି ବ୍ରହ୍ମlନନ୍ଦ ସାହୁ, ଛୋଟନ ନାୟକ, ଅମିତ ପ୍ରଧାନ ବ୍ଲକ ସଭାପତି ଲିଙ୍ଗରାଜ କହଁର, ସୁରେନ୍ଦ୍ର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I