
ବେଲଗୁଣ୍ଠା, 12/08(ଜିଲ୍ଲା ଖବର) : ବେଲଗୁଣ୍ଠା ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ବେଲଗୁଣ୍ଠା ସହରରେ ବିଜୁପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି I ଏହି ଖବର ବେଲଗୁଣ୍ଠାରେ ପ୍ରଚାରିତ ହେବା ପରେ ବେଲଗୁଣ୍ଠା ଅଞ୍ଚଳର କ୍ରୀଡାବିତ୍ ତଥା କ୍ରୀଡ଼ା ପ୍ରେମୀ ମାନେ ଖୁସି ପ୍ରକଟ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ଏହି ଅବସରରେ ଆଜି ବେଲଗୁଣ୍ଠା ଟାଉନ ହଲ୍ ପରିସରରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୋରଡ଼ା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲଗୁଣ୍ଠା ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଦୃଷ୍ଟି ରହିଥିବା କଥା ବିଧାୟକ ପ୍ରକାଶ କରିଥିଲେ I ମୁଖ୍ୟମତ୍ରୀଙ୍କ ସହାୟତାରେ ବେଲଗୁଣ୍ଠା ରେ ସବୁ ସମସ୍ୟା ଦୂର କରାଯାଇଥିବା ବିଧାୟକ ପ୍ରକାଶ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ରବୀନ୍ଦ୍ର ନାଥ ମହପାତ୍ର ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ତଥା ରୋଟାରୀ କ୍ଲବ ସଭାପତି ଭି ଦେବୀ ପ୍ରସାଦ ପାତ୍ର, ଯୁବ ସଂଗଠକ ଆଲୋକ ସାହାଣୀ,ସମ୍ପାଦକ ସନ୍ତୋଷ ସୁବୁଦ୍ଧି, ସତ୍ୟନାରାୟଣ ମହାପାତ୍ର,ଯୁବ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ ,ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ସୁବୁଦ୍ଧି ପ୍ରମୁ୍ଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ I ଉପସ୍ଥିତ ଅତିଥି ମାନେ ବିଜୁପଟ୍ଟନାୟକ ପୁସ୍ତକ ଉନ୍ମୋଚନ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଳା ବିଜେଡ଼ି ଯୁବ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ ଏନ ଏସି ନଗର ଡିଜିଟାଲ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ଏବଂ ବିଜେଡ଼ି ଯୁବ ଡ଼ିଜିଟାଲ ସମ୍ପାଦକ ମଣ୍ଟୁ ମହାପାତ୍ର ସଂଯୋଜନା କରିଥିଲେ I ଏହି ପ୍ରରିପ୍ରେକ୍ଷୀରେ ଅଞ୍ଚଳର ବହୁ କ୍ରୀଡ଼ା ପ୍ରତିଭାଙ୍କୁ ହକି,ବ୍ୟାଡ୍ ମିଣ୍ଟନ୍ ,କ୍ରିକେଟ,ଚେସ୍ ପ୍ରଭୃତି ଖେଳ ସରଞ୍ଜାମ ବିତରଣ କରାଯାଇଥିଲା I
ରିପୋର୍ଟ-ଶିବରାମ ଚୌଧୁରୀ




