Saturday, November 14, 2026
Home ଆଞ୍ଚଳିକ ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ବ୍ୟବହାର ଉପରେ ଲାଗିଲା କଟକଣା

ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ବ୍ୟବହାର ଉପରେ ଲାଗିଲା କଟକଣା

178

ଖୋର୍ଦ୍ଧା,୧୧/୮(ଜିଲ୍ଲା ଖବର) : ସ୍ୱାଧୀନତା ଦିବସରେ କେହି ବ୍ୟବହାର କରିବେ ନାହିଁ ପ୍ଲାଷ୍ଟିକ ପତାକା । ଚଳିତ ସ୍ୱାଧିନତା ଦିବସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି- ସ୍ବାଧୀନତା ଦିବସ ଲାଗି ଲୋକମାନେ ପ୍ଲାଷ୍ଟିକ ପତାକା ବ୍ୟବହାର କରାଯାଉଥିବା ଦେଖାଯାଉଛି । ଏହି ଦିବସରେ ଯେପରି କେହି ପ୍ଲାଷ୍ଟିକ ପତାକା ବ୍ୟବହାର କରିବେ ନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ । ଏହା ଦ୍ୱାରା ଜାତୀୟ ପତାକାକୁ ଉପଯୁକ୍ତ ସମ୍ମାନ ମିଳିପାରିବ । ପ୍ଲାଷ୍ଟିକ ପତାକା ପରିବେଶ ପ୍ରତି କ୍ଷତିକାରକ ହେବା ସହ ଦୀର୍ଘ ଦିନ ଧରି ନଷ୍ଟ ନ ହେଉଥିବାରୁ ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି । ସ୍ୱାଧିନତା ଦିବସରେ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ସାଧାରଣ ଲୋକେ । ପ୍ଲାଷ୍ଟିକ ପତାକା ବ୍ୟବହାର କରିଥାନ୍ତି । ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟତ୍ର ଫୋପାଡ଼ି ଦେଇଥାନ୍ତି । ଫଳରେ ଏହା ଉପରେ ଅନେକ ଲୋକ ମଧ୍ୟ ଅସମ୍ମାନ କରିଥିବା ପରିଲିଖିତ ହୁଏ । ଅର୍ଥାତ ପ୍ଲାଷ୍ଟିକ ପତାକା ମାଟିରେ ମିଶିନଥାଏ । ତେଣୁ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରୀପୋର୍ଟ ,ସଞ୍ଜୀବ କୁମାର