Sunday, November 15, 2026
Home ଆଞ୍ଚଳିକ ସେଂଚୁରିୟନ ବିଶ୍ୱବିଦ୍ୟାଳୟ “ୱ୍।ନ୍ ଡିଷ୍ଟ୍ରିକ୍ଟ ୱ।ନ୍ ଗ୍ରିନ ଚମ୍ପିୟନ” ପୁରସ୍କାର ରେ ସମ୍ମାନିତ

ସେଂଚୁରିୟନ ବିଶ୍ୱବିଦ୍ୟାଳୟ “ୱ୍।ନ୍ ଡିଷ୍ଟ୍ରିକ୍ଟ ୱ।ନ୍ ଗ୍ରିନ ଚମ୍ପିୟନ” ପୁରସ୍କାର ରେ ସମ୍ମାନିତ

51

ଜଟଣୀ,୧୦/୮(ଜିଲ୍ଲା ଖବର) : ସେଂଚୁରିୟନ ବିଶ୍ୱବିଦ୍ୟାଳୟ ସ୍ଵଚ୍ଛତା ଆକ୍ସନ ପ୍ଲାନ ୨୦୨୦-୨୦୨୧ ଅଧିନସ୍ଥ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀ ନେସନାଲ କାଉନସିଲ ଅଫ ରୁରାଲ ଏଡୁକେସନ ଦ୍ୱାରା “ୱ୍।ନ୍ ଡିଷ୍ଟ୍ରିକ୍ଟ ୱ।ନ୍ ଗ୍ରିନ ଚମ୍ପିୟନ” ପୁରସ୍କାର ରେ ସମ୍ମାନିତ ହୋଇଛି। ୨୦୨୦-୨୧ ମସିହାରେ ସାରା ଭାରତ ରୁ ନିଜ କ୍ୟାମ୍ପସ କୁ ସକ୍ରିୟ ଭାବେ ସ୍ଵଚ୍ଛ ଏବଂ ସାନିଟାଇଜ କରୁଥିବା ୪୦୦ କଲେଜର ନାମ ସ୍ଥାନିତ କରାଯାଇଥିଲା । ସେଥି ମଧ୍ୟରୁ ସେଂଚୁରିୟନ ବିଶ୍ୱବିଦ୍ୟାଳୟ ଓଡିଶାର ଗଜପତି ଜିଲ୍ଲାରେ ସବୁଠାରୁ ସ୍ଵଚ୍ଛ କ୍ୟାମ୍ପସ ହୋଇପାରିଛି। ସେଂଚୁରିୟନ ବିଶ୍ୱବିଦ୍ୟାଳୟ ସର୍ବଦା ପରିବେଶ ସଚେତନତା ଏବଂ ଧାରଣୀୟ ଜିବନ ଯାପନ କୁ ଅଗ୍ରାଧିକାର ଦିଏ। ଏହି କ୍ୟାମ୍ପସ ରେ ସର୍ବଦା ବର୍ଜ୍ୟବସ୍ତୁ ପୃଥକୀକରଣ କରାଯାଏ । ବଗିଚା ରେ ଗଛପତ୍ର ରୁ ବାହାରୁଥିବା ଅଳିଆ କୁ ବାଓ କମ୍ପୋଷ୍ଟିଙ୍ଗ କରି ବଗିଚା ରେ ବ୍ୟବହାର କରାଯାଏ। ବଗିଚା ତିଆରିରେ ଏହି ଜୈବିକ ପ୍ରଣାଳୀର ଉପଯୋଗ କ୍ୟାମ୍ପସ ରେ ଅଙ୍ଗାରକାମ୍ଳ ଗ୍ୟାସ କୁ କମ କରିବାରେ ସହାୟ ହୋଇପାରିଛି । ସେଂଚୁରିୟନ ବିଶ୍ୱବିଦ୍ୟାଳୟ ରେ କୋଭିଡ-୧୯ ସଚେତନତା ସହିତ ବୃକ୍ଷ ରୋପଣ, ଅନ୍ୟାନ୍ୟ ସଚେତନତା ଅଭିଯାନ ଯେପରିକି ଜୈବିକ କୃଷି, ଦୂଷିତ ଜଳ ଉପଚାର, ପ୍ଲାଷ୍ଟିକ ରିସାଇକ୍ଲି, ସୋଲାର ଲ୍ୟାମ୍ପ ଆସେମ୍ବଲିଙ୍ଗ, ବର୍ଜ୍ୟବସ୍ତୁ ସଙ୍କୋଚନ ଇତ୍ୟାଦି ଆୟୋଜନ କରାଯାଇଛି, ଯେଉଁଥିରେ ବିଭିନ୍ନ ଶିକ୍ଷା ସଂସ୍ଥା ଏବଂ ଉଦ୍ୟୋଗ ରୁ ଆସିଥିବା ପ୍ରସିଦ୍ଧ ବିଶେଷଜ୍ଞ ସେମାନଙ୍କ ବହୁମୂଲ୍ୟ ମତ ରଖିଛନ୍ତି।ସେଂଚୁରିୟନ ବିଶ୍ୱବିଦ୍ୟାଳୟ ର ଆତ୍ମା ଭାବେ ଏହାର ସିଏସଆର କମିଟି ସଦାସର୍ବଦା ସମାଜ ହିତ ପାଇଁ ଯୋଗଦାନ କରିଆସିଛି । ସ୍ଵଚ୍ଛତା ଅଭିଯାନ ଠାରୁ ଆରମ୍ଭ କରି ରକ୍ତଦାନ ଶିବିର, ସମାଜ ହିତ ପାଇଁ କମିଟି ଆଦି ଏଥିରେ ଅନ୍ତର୍ଭୁକ୍ତ। ଏହି କମିଟି ରକ୍ତ ଦାନ ଶିବିର, ବିଶ୍ଵ ସ୍ୱାସ୍ଥ୍ୟ ପରିବେଶ ସପ୍ତାହ,ଓଡିଶାର ବନ୍ୟାଞ୍ଚଳ ରେ ସାହାଯ୍ୟ, ଦୁର୍ଗମ ଅଂଚଳରେ ବସ୍ତ୍ରଦାନ,” ରନ ଫର ୟୁନିଟ” ଭଳି ମିନି ମାରାଥନ ର ମଧ୍ୟ ଆୟୋଜନ କରିଛି। ସେଂଚୁରିୟନ ବିଶ୍ୱବିଦ୍ୟାଳୟ ର ସମସ୍ତ କ୍ୟାମ୍ପସ ବର୍ଷା ଜଳ ସଂରକ୍ଷଣ,ବର୍ଜ୍ୟବସ୍ତୁ ପ୍ରବନ୍ଧ ଭଳି କାର‌୍ୟ୍ୟକ୍ରମ କୁ ଯୋଜନା ଠୁ ଡିଜାଇନ ରେ ସାକାର କରିବାରେ ସାମିଲ ହୋଇଛନ୍ତି।ଏହି ଅବସରରେ ସେଂଚୁରିୟନ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କହିଛନ୍ତି ଯେ” ସେଂଚୁରିୟନ ବିଶ୍ୱବିଦ୍ୟାଳୟ ସର୍ବଦା ଟେକ୍ନୋଲୋଜି ଓ ଶିକ୍ଷା ର ଅଗ୍ରତି ସହିତ ପରିବେଶର ମହତ୍ତ୍ୱ ସ୍ୱୀକାର କରିବା ଏବଂ ଏହାକୁ ସୁରକ୍ଷା ଦେବାରେ କାର‌୍ୟ୍ୟ କରିଛି । ଏହି ସମ୍ମାନ ହିଁ ଏହାର ମୂକସାକ୍ଷୀ । ଏହି ସମ୍ମାନ ପାଇଁ ମୁଁ ସମସ୍ତ ଛାତ୍ର ଓ ଶିକ୍ଷକ ମାନଙ୍କୁ ବଧାଈ ଜଣାଉଛି”। ଏହି “ୱ୍।ନ୍ ଡିଷ୍ଟ୍ରିକ୍ଟ ୱ।ନ୍ ଗ୍ରିନ ଚମ୍ପିୟନ” ପୁରସ୍କାର ୭-ଅଗଷ୍ଟ-୨୦୨୧, ଅନଲାଇନ ରେ ଏକ ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ଗଜପତି ଜିଲ୍ଲା ର କଲେକ୍ଟର ଆଇଏଏସ ଲିଙ୍ଗରାଜ ପଣ୍ଡା ଏହି ପୁରସ୍କାର ଘୋଷଣା କରିବା ସହିତ ସେଂଚୁରିୟନ ବିଶ୍ୱବିଦ୍ୟାଳୟ କୁ ପ୍ରଦାନ କରିଥିଲେ। ସେଚୁଂରୀୟଅନ ବିଶ୍ୱବିଦ୍ୟାଳର କୋଅର୍ଡିନେଟର ଶ୍ରୀମତୀ ତୃପ୍ତି ପଣ୍ଡା ଏହି କାର‌୍ୟ୍ୟକ୍ରମ ର ସ୍ୱାଗତ ଏବଂ ସଂଯୋଜନା କରିଥିଲେ। ସେଂଚୁରିୟନ ବିଶ୍ୱବିଦ୍ୟାଳୟ ର ରେଜିଷ୍ଟର ଡକ୍ଟର ଅନିତା ପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଏଠାକୁ ନିମନ୍ତ୍ରିତ ହୋଇଥିଲେ ଓ ଜିଲ୍ଲାପାଳ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ସେଚୁଂରୀଅନ ବିଶ୍ୱବିଦ୍ୟାଳୟର ସ୍ଵଚ୍ଛତା କାର‌୍ୟ୍ୟକ୍ରମ ରେ ସକ୍ରିୟ ଭାବେ ସାମିଲ ହେବା ଉପରେ ଜୋର ଦେଇଥିଲେ।

ରୀପୋର୍ଟ , ସଞ୍ଜୀବ କୁମାର