
ଖୋର୍ଦ୍ଧା,୧୦/୮ (ଜିଲ୍ଲା ଖବର) : ଖୋର୍ଦ୍ଧାରୋଡ ରେଳମଣ୍ଡଳର ରେଳପ୍ରବନ୍ଧକ ରିଙ୍କେଶ ରୟ ଦାୟିତ୍ୱ ଆଜି ଗ୍ରହଣ କରିଛନ୍ତି । ୧୯୯୨ ମସିହାରେ ଭାରତୀୟ ରେଳଟ୍ରାଫିକ ସେବା ( ଆଇଆରଟିଏସ)ରେ କାର୍ଯ୍ୟାରମ୍ଭ କରିଥିଲେ । ଖୋର୍ଦ୍ଧାରୋଡ ରେଳ ମଣ୍ଡଳପ୍ରବନ୍ଧକ ଦାୟିତ୍ୱ ଗ୍ରହଣ କରିବାପୁର୍ବରୁ ସେ ଭୂବନେଶ୍ୱର ପୁର୍ବତଟ ରେଳପଥର ମୂଖ୍ୟ ପରିଚାଳନା(ମାର୍କେଟିଂ)ର ପରିଚାଳକ ରହିଥିଲେ । ଏଥି ସହିତ ଭାରତ ସରକାରଙ୍କ ବହୁ ଗୁରୁତ୍ୱପୁର୍ଣ୍ଣ ପଦବୀରେ ରହି କାର୍ଯ୍ୟ ସମ୍ପାଦନା କରିଥିଲେ । ୨୦୦୬ରୁ ୨୦୧୨ ମସିହା ପର୍ଯ୍ୟନ୍ତ ରେଳମନ୍ତ୍ରାଳୟ ନିର୍ଦ୍ଧେଶକ,ଯୋଜନା ରେଳବୋର୍ଡ ଏବଂ ଟ୍ରାଫିକ ପରିବହନ ନିର୍ଦ୍ଧେଶକ ରହିଥିଲେ । ସେହିପରି ୨୦୧୫ରୁ ୨୦୨୦ ମସିହା ପର୍ଯ୍ୟନ୍ତ ପାରାଦୀପ ପୋର୍ଟର ଅଧ୍ୟକ୍ଷ ଓ ଅଧ୍ୟକ୍ଷ ଟ୍ୟୁଟିକୋରିନ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ବ୍ୟତିତ କାମରାଜ ଓ ବିଶାଖାପାଟନମ ବନ୍ଦର ଏବଂ ଡ୍ରେଜିଂ କର୍ପୋରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ରହିଥିଲା ବେଳେ ହରିଦାସପୁର-ପାରାଦୀପ ରେଲୱେ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଧେଶକ ରହିଥିଲେ । ଆଜି ରିଙ୍କେଶ ଖୋର୍ଦ୍ଧାରୋଡ ରେଳମଣ୍ଡଳର ରେଳପ୍ରବନ୍ଧକ ଦାୟିତ୍ୱ ଗ୍ରହଣ କରିବାପରେ ରେଳପଥର ସମସ୍ତ ବିଭାଗର କର୍ମକର୍ତାମାନେ ଅଭିବାଦନ ଜଣାଇଛନ୍ତି ।
ରିପୋର୍ଟ ,ସଞ୍ଜୀବ କୁମାର


