Wednesday, October 14, 2026
Home ଆଞ୍ଚଳିକ ଶ୍ରାଲିଜଡ଼ି ଗ୍ରାମବାସି ଙ୍କ ବିଜୁଳି ଆଲୁଅ ସାତ ସପନ

ଶ୍ରାଲିଜଡ଼ି ଗ୍ରାମବାସି ଙ୍କ ବିଜୁଳି ଆଲୁଅ ସାତ ସପନ

19

ବାଲିଗୁଡ଼ା,୧୦/୮ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଶ୍ରାଲିଜଡ଼ି ଗ୍ରାମବାସି ଏସବୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି |ଏହି ଗ୍ରାମକୁ ଯିବା ଲାଗି ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ସାହା ଭରସା ପାହାଡ଼ିଆ ପାଦ ଚଲା ରାସ୍ତା | ଏହା ଗୋଟିଏ ଉପାନ୍ତ ଅଞ୍ଚଳ ହେଇଥିବରୁ ବନ୍ୟ ଜନ୍ତୁଙ୍କ ଭୟରେ ସଞ୍ଜ ନଇଁଲେ ଗ୍ରାମରେ ତାଟି କବାଟ ପଡ଼ିଯାଏ ପୁଣି ଡୁବି, ଆଲୁଅ ଏମାନଙ୍କ ବନ୍ଧୁ ପାଲଟି ଥାଏ l ଏହି ଭଳି ପରିସ୍ଥିରେ ବିଜୁଳି ଆଲୋକ ଏମାନଙ୍କ ପାଇଁ ସାତ ସପନ ପାଲଟିଯାଇଛି | ଉକ୍ତ ଗ୍ରାମ ରେ ବିଦୂତ ଖୁଣ୍ଟ ଟିଏ ବି ନାହିଁ | ଶ୍ରାଲିଜଡ଼ି ଗ୍ରାମର ଘରେ ଘରେ ସୁଇଚ ବୋର୍ଡ ଲଗା ଯାଇଅଛି ହେଲେ ନା ବିଦୂତ ଖୁଣ୍ଟ ଅଛି ନା ବସିଛି ମିଟର ଏପରିକି ଗ୍ରାମରେ କୌଣସି ଟ୍ରାନ୍ସଫରମର ଟିଏ ବି ବସା ଯାଇନାହିଁ l ତେବେ ଆଶ୍ଚର୍ଯ୍ୟର କଥା ବିଦୂତ ସଂଯୋଗ ନ ହୋଇ ଲୋକଙ୍କଠୁ ଆଦାୟ କରାଯାଉଛି ଇଲେକ୍ଟ୍ରି ବିଲ ଯାହା ଦ୍ୱାରା ଲୋକଙ୍କ ଭିତରେ ବଢ଼ି ଚାଲିଛି ଅସନ୍ତୋଷ l