Saturday, October 10, 2026
Home ଆଞ୍ଚଳିକ କନ୍ଧମାଳ ଯୁବ ରେଡକ୍ରସ ସଂଯୋଜକ ମନୋନୀତ

କନ୍ଧମାଳ ଯୁବ ରେଡକ୍ରସ ସଂଯୋଜକ ମନୋନୀତ

14

ବାଲିଗୁଡ଼ା,10/08 {ସୁକାନ୍ତ କୁମାର ତ୍ରିପାଠୀ} : ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୂଖ୍ୟ ଅଧ୍ୟାପକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଯୁବ ରେଡକ୍ରସ୍ ର କନ୍ଧମାଳ ଜିଲ୍ଲା ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି |ସେ 2012 ମସିହାରୁ ଯୁବ ରେଡକ୍ରସ୍ ଆଦିବାସୀ ମହାବିଦ୍ୟାଳୟ ରେ କାଉନସେଲର ଭାବେ କାର୍ଯ୍ୟରତ ଅଛନ୍ତି।ଏଥିସହ ରେଡ ରିବନ କ୍ଲବ୍ ଦାୟିତ୍ଵ ରେ ମଧ୍ୟ ଅଛନ୍ତି। ଭାରତୀୟ ରେଡକ୍ରସ ର ଆଜୀବନ ସଦସ୍ୟ ଭାବେ କାର୍ଯ୍ୟ କରି ରକ୍ତଦାନ ଶିବିର ମାନ କାର୍ଯ୍ୟ ଜାରୀ ରଖି ଛନ୍ତି | ବାଲିଗୁଡା ର ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ 2010 ରୁ କାର୍ଯ୍ୟ କରି ଆସୁଛନ୍ତି |