
କବିସୂର୍ଯ୍ୟନଗର,୯/୮(ଜିଲ୍ଲା ଖବର) : ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ଲୋକଙ୍କ ସମସ୍ୟା ପାଲଟିଛି ପୋଲିସ ପ୍ରଶାସନ l ସାଧାରଣ ଜନତା ନ୍ୟାୟ ପାଇବା ଆଶାରେ ପୋଲିସ ଆଶ୍ରୟ ନେଇଥାନ୍ତି l କିନ୍ତୁ ନ୍ୟାୟମିଳିବା ବଦଳରେ ପୋଲିସ ପ୍ରଶାସନ ର ଶୋଷଣ ର ଶିକାର ହୋଇ ନିରାଶରେ ଫେରୁଛନ୍ତି ସାଧାରଣ ଜନତା l ଶେଷରେ ଆଇନକୁ ଆହତକୁ ନେଉଛନ୍ତି ଲୋକେ l ଏହି ଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ l ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ଗୁଜୁରାଟ ସୁରତ ର ଜଣେ ଯୁବତୀ ଙ୍କ ସହିତ ସେଠାରେ ଦୀର୍ଘ 5 ବର୍ଷ ଧରି ବିବାହ ପ୍ରତିଶୃତି ଦେଇ ସମ୍ପର୍କ ବାନ୍ଧି ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ଛାଡି ଲୁଚି ପଳାଇ ଆସି ନିଜ ଗ୍ରାମରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ପ୍ରେମିକା ଗୁଜୁରାଟ ରୁ ଆସି କବିସୂର୍ଯ୍ୟନଗର ଥାନା ରେ ଗତ 17 ତାରିଖ ଦିନ ଦ୍ୱାରସ୍ଥ ହୋଇଥିଲେ l ଗୁଜୁରାଟ ପ୍ରେମିକା ଜଣକ ଥାନାରେ ଅଭିଯୋଗ କରିବାର ଆଜକୁ କୋଡିଏ ଦିନରୁ ଉର୍ଦ୍ଧସମୟ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନଥିବା କାରଣରୁ ଆଜି ଛତ୍ରପୁର ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ଗୁଜୁରାଟି ପ୍ରେମିକା ମିଶି ବଡାଆଗୁଳ ବଡ଼ସାହି ସ୍ଥିତ ପ୍ରେମିକ ର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ଯଦି ପୀଡ଼ିତାଙ୍କୁ ନ୍ୟାୟ ନମିଲୀଳା ଯାଏ ଆନ୍ଦୋଳନ ଜାରିରହିବା ନେଇ କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା l


