Sunday, November 15, 2026
Home ଆଞ୍ଚଳିକ ବିଜୁ ଛାତ୍ର ଜନତାଦଳ କର୍ମକର୍ତ୍ତା ବୈଠକ

ବିଜୁ ଛାତ୍ର ଜନତାଦଳ କର୍ମକର୍ତ୍ତା ବୈଠକ

96

ଜଟଣୀ,୯/୮(ଜିଲ୍ଲା ଖବର) : ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖ୍ ତୃଣମୂଳ ସ୍ତରରେ ବିଜୁଜନତା ଦଳକୁ ମଜବୁତ କରିବାଲାଗି କର୍ମକର୍ତ୍ତା ବୈଠକ ଆୟୋଜନ ହେଉଛି । ଏହି ଅବସରରେ ବିଜେଡି ଛାତ୍ର ସଙ୍ଗଠନ ପକ୍ଷରୁ କର୍ମକର୍ତ୍ତା ବୈଠକ ଆୟୋଜନ ହୋଇଥିଲା। ଜଟଣୀ ନିର୍ବାଚନ ମଣ୍ଡଳୀର ନିକଟସ୍ଥ କାଞ୍ଚନ ପ୍ଲାଜାଠାରେ ଜଟଣୀବ୍ଲକ, ପୌର ପରିଷଦର କର୍ମକର୍ତ୍ତାଙ୍କ ସହିତ ଭୁବନେଶ୍ବର ବ୍ଲକର ଛାତ୍ରନେତାମାନଙ୍କୁ ନେଇ କର୍ମକର୍ତ୍ତା ବୈଠକ ଆୟୋଜିତ ହୋଇଯାଇଛି ।
ଏହି ସଭାକୁ ଖୋର୍ଦ୍ଧା ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ବିଶ୍ଵ ପ୍ରଦୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ,ସମ୍ମାନୀତ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ମୁନା ଖାନ୍, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ୍ ଯୋଗଦେଇଥିଲେ l ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଛୋଟରାୟ, ଜିଲ୍ଳା ବିଜେଡି କୋଷାଧକ୍ଷ ରାଜକିଶୋର ସ୍ୱାଇଁ, ଜିଲ୍ଳା ପର୍ଯ୍ୟବେକ୍ଷକ ଦେବବ୍ରତ ମଲିକ୍, ସଂଖ୍ୟା ଲଘୁ ସେଲ୍ ର ବରିଷ୍ଠ ସଂଗଠକ ଆୟୁବ ଖାନ୍, ଜଟଣୀ, ନଗର ବିଜେଡ଼ି ସଭାପତି ଆଶୁତୋଷ ପ୍ରତାପ୍ ସିଂହ ପ୍ରମୁଖ ଉପସ୍ଥିତ ଥିଲେ lରାଜ୍ଯ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ସମସ୍ୟା ସମାଧାନ କରିବା l ସେହିଭଳି ଜଟଣୀର ବିକାଶ ପାଇଁ ଅହିଂସା ପଥରେ ଆଗେଇ ଜନତାଙ୍କ ହୃଦୟ ଜିଣିବାକୁ ସକାରାତ୍ମକ ଚିନ୍ତାଧାରା ନେଇ ଚେଷ୍ଟା କରିବାକୁ ତୃଣମୂଳ ସ୍ତରରୁ ଯୁବ ଓ ଛାତ୍ରଛାତ୍ରୀମାନେ ଏକଜୁଟ୍ ହୋଇ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ କାମ କରିଚାଲିଲେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ କିଛି ଅସୁବିଧା ହେବ ନାହିଁ କିମ୍ବା ବିକାଶରେ କୌଣସି ବାଧାକୁ କେହି ଅଟକାଇ ପାରିବେ ନାହିଁ ବୋଲି ଉପସ୍ଥିତ ଯୁବ କର୍ମୀ ମାନଙ୍କ ଉଦ୍ଧେଶ୍ୟରେ ଅତିଥି ମାନେ ଉଦବୋଧନ ଦେଇଥିଲେ l

ରୀପୋର୍ଟ ,ସଞ୍ଜୀବ କୁମାର