
ଜଟଣୀ,୭/୮(ଜିଲ୍ଲା ଖବର) : ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଙ୍କ ଫାଇନକଟା ନିଶା ଖଣି ମାଫିଆମାନଙ୍କୁ ସୁହାଉଛି । ଲଘୁଜଖଣି ଅଂଚଳ ଖୋଳିଖୋଳି ମାଫିଆମାନେ ମରଣଯନ୍ତା କରିଦେଇଥିବା ବେଳେ ଏହାକୁ ରୋକ ଲଗାଇବା ପରିବର୍ତେ ବାଟରେ ଘାଟରେ ପୁଲିସ ସହାୟତାରେ ଚୋରା ଚାଲାଣ ହେଉଥିବା ଗାଡିକୁ ଧରି ଲକ୍ଷ ଲକ୍ଷ ଟଙ୍କା ଫାଇନକାଟି ରାଜସ୍ୱ ବଢାଇବାରେ ବ୍ୟସ୍ତ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ପାର କରି ସାରିଲେଣି ତହସିଲଦାର ମହାଶୟ । ଗତ ଡିସେମ୍ବର ମାସରେ ଜଟଣୀରେ ସବୁଠାରୁ ସର୍ବାଧୀକ ରାଜସ୍ୱ ଦେଇ ସରକାରଙ୍କ ନିକଟରେ ପ୍ରସଂଶା ପାଇଥିବା ବେଳେ ଅକାତକାତଭାବେ ଖୋଳାଯାଇଥିବା ଉକ୍ତ ଲଘୁଜଖଣିରେ ପଡି ଅନେକ ଜିବନ ହାନି ହୋଇଗଲାଣି । ଗ୍ରାମବାସୀମାନେ ସରକାରୀ ଆଇନ ଜାଣିନଥିବାରୁ ପ୍ରାଣହରାଉଥିବା ବ୍ୟକ୍ତିର ପରିବାର ଲୋକେ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି । ପ୍ରତିଦିନ ଶହଶହ ଟ୍ରକ, ଟ୍ରାକ୍ଟର ଓ ଟିପରମାଧ୍ୟମରେ ଚୋରା ଲଘୁଖଣିଜ ପଦାର୍ଥ ଚାଲାଣ ହେଉଥିବା ବେଳେ ତହସିଲଦାର କିପରି ଜାଣି ପାରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନେକ ସମୟରେ ଭୂବନେଶ୍ୱର ଉପଜିଲାପାଳ ଖଣି ଖନନ ସମନ୍ଧରେ ତହସିଲଦାରଙ୍କୁ ପଚାରିବାରେ ସେ କୁହନ୍ତି, ଖୋଳାଯାଇଥିବା ଖଣିରେ ବାଲି ଫିଲିଙ୍ଗ କରିବା ସହିତ ଏହାକୁ ପାଚେରୀ କରିଦେବା । ଫଳରେ ଜିବଯନ୍ତୁ ଏଥିରେ ଆଉ ପଡିପାରିବେ ନାହିଁ । ତାହା ଆଜି ପର୍ଯ୍ୟନ୍ତ କୈାଣସି ସ୍ଥାନରେ କରାଯାଇ ପାରିଲା ନାହିଁ । ଅନ୍ୟପଟେ ଖଣି ଖନନକରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ମାଫିଆମାନେ ଆୟ କରୁଥିବା ବେଳେ ତହସିଲଦାର ସେମାନଙ୍କଠାରୁ ୨୦ରୁ ୫୦ହଜାର ଟଙ୍କା ଫାଇନକାଟି ଖୁସ୍ । ମାଫିଆମାନେ ବେଧଡକଭାବେ ଦିନରାତି ଚୋରାଚାଣ କରୁଛନ୍ତି । ଧରା ହେଲେ କେବଳ ଫାଇନ କଟିବ, ସେଥିରେ ଅସୁବିଧା କେଉଁଠି । ଆୟଠାରୁ ଜୋରିମାନା କିଚିଂତ ମାତ୍ର ହୋଇଥାଏ । ଜଟଣୀ ଅଂଚଳରେ ବେଆଇନ ଚୋରା ଲଘୁଖଣିଜ ପଦାର୍ଥ ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ପ୍ରଶାସନର ଓ ଖଣିମାଫିଆଙ୍କ ମଧୁଚନ୍ଦ୍ରିକାରେ ପ୍ରତିଦିନ ଶହଶହ ଟ୍ରକ ଚୋରା ବାଲି,ପଥର ଓ ଚିପ୍ସ ଇତ୍ୟାଦି ଚାଲାଣ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢାଉକରି ସେମାନଙ୍କଠାରୁ ଫାଇନ ଆଦାୟ କରୁଛି । ତହସିଲଦାର ତପନ କୁମାର ମହାପାତ୍ର ଜଟଣୀ ଓ ଏହାର ଆଖପାଖ ଅଂଚଳରୁ ୧୧ଟି ପଥର ଓ ବାଲି ବୋଝେଇ ଟ୍ରକକୁ ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଛନ୍ତି । ପ୍ରତ୍ୟେକ ଟ୍ରକ ଓ ଟିପର ପିଛା ୪୦ହଜାର ଟଙ୍କା ଫାଇନ ଦାବି କରାଯାଉଥିବା ବେଳେ ଗାଡିମାଲିକଙ୍କ ମୂଲଚାଲ ପରେ ୨୦ରୁ ୩୦ ହଜାର ମଧ୍ୟରେ ଫାଇନ କଟାଯାଇଥାଏ ବୋଲି କହୁଛନ୍ତି । ତେବେ ଏହି କ୍ରମରେ ବେଆଇନଭାବେ ଚାଲୁଥିବା ଟ୍ରକ, ଟ୍ରାକ୍ଟର,ଟିପର ଇତ୍ୟାଦିରୁ ଗତ ୨୦୨୦ ମସିହା ଡିସେମ୍ବର ମାସରେ ସର୍ବାଧୀକ ୧୩ଲକ୍ଷ ଟଙ୍କାଠାରୁ ଉର୍ଦ୍ଧ୍ୱ ରାଜସ୍ୱ ଆଦାୟ ହୋଇଥିବା ତହସିଲଦାର କହିଛନ୍ତି । ସେହିପରି ଚଳିତ ବର୍ଷ ଜାନୁୟାରୀ ମାସସୁଧା ୪ଲକ୍ଷ ଟଙ୍କା ଏବଂ ଫେବୃୟାରୀ ମାସ ୧୯ ତାରିଖ ମଧ୍ୟରେ ୬ଲକ୍ଷ ୨୩ହଜାର ଟଙ୍କା ଫାଇନ ଆଦାୟ ହୋଇଛି । ଗତକାଲି ଜବତ ହୋଇଥିବା ୫ଟି ମାଙ୍କଡା ପଥର ବୋଝେଇ ଟ୍ରକ ମାଲିକମାନେ ସେମାନଙ୍କ ଗାଡିଗୁଡିକୁ ନେଇନଥିବା ତହସିଲଦାରଙ୍କ ପକ୍ଷରୁ କୁହାଯାଇଛି । ହେଲେ ଏତେଟଙ୍କା ଫାଇନ ଦେଉଥିଲେ ମଧ୍ୟ ଗାଡିମାଲିକମାନେ ବେଆଇନ ବ୍ୟବସାୟ କରିବାକୁ ପଛଘୁଚାଂ ଦେଉନାହାନ୍ତି । ପ୍ରଶାସନ ଯେତେ ରାଜସ୍ୱ ନେବେ ସେହି କ୍ରମରେ ଖାଉଟିଙ୍କ ଉପରେ ସେତିକି ଦରର ଅର୍ଥର ବୋଝ ପଡିବ ବୋଲି କୁହାଯାଉଛି । କାରଣ ଗାଡିମାଲିକମାନେ ପ୍ରଶାସନକୁ ଯେତିକି ପରିମାଣର ଜୋରିମାନା ଦେବେ ସେହି ଜୋରିମାନା ଅର୍ଥକୁ ଭଡା ବାବଦରେ ଧାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।
ରୀପୋର୍ଟ , ସଞ୍ଜୀବ କୁମାର


