Sunday, November 15, 2026
Home ଆଞ୍ଚଳିକ ଜୱାହର ନବଦୋ୍ୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଜୱାହର ନବଦୋ୍ୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

150

ବିଷମକଟକ,୭/୮ (ଜିଲ୍ଲା ଖବର) : ରାୟଗଡ ଜିଲ୍ଲା ଥେରୁବାଲି ଠାରେ ଅବସ୍ଥିତ ଜୱାହର ନବଦୋ୍ୟ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଫଳାଫଳ,ଅନଲାଇନ କ୍ଲାସ ଓ ଅସୁବିଧା ଆଦି ବିଷୟରେ ଆଲୋଚନା କଯାଇଥିଲା l ବିଦ୍ୟାଳୟରେ ଚାଲିଥିବା ଭିତିଭୂମିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରି ଏହାର ଶୀଘ୍ର ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦେଶ ଦେଇଥିଲେ l ଆଗାମୀ ଦିନରେ ସ୍କୁଲ ଖୋଲିଲେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସାନିଟାଈଜର ବ୍ୟବସ୍ଥା, ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l ଛାତ୍ରୀ ଛାତ୍ରୀ ମାନଙ୍କ ବୌଦ୍ଧକି ବିକାଶ ନିମନ୍ତେ ନୂତନତା ଜ୍ଞାନ ପ୍ରଦର୍ଶିତ କରିବାକୁ ଜିଲ୍ଲାପାଳ କହିଥିଲେ l କଳାର ବିକlଶ ବିକାଶ ନିମନ୍ତେ ଲୁକାୟିତ୍ୱ ପ୍ରତିଭାକୁ ଆବିଷ୍କାର କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ବିଦ୍ୟାଳୟ ପରିଷରରେ ବୃକ୍ଷ ରୋପଣ କରିଥିଲେ l
ଏହି ପରିଚାଳନା କମିଟି ବୈଠକରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡର ଅଧକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତନିଧି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ବରିହା, ନିର୍ବାହୀ ଯନ୍ତ୍ରୀ କୋଠାବାଡ଼ିଙ୍କ ପ୍ରତିନିଧି, ବିଦ୍ୟାଳୟର ଅଧକ୍ଷ ଶ୍ରୀ ଜୟରାମ ନାଏକ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଶୁଭଦୀପ୍ତ ସାହା, ଅଭିଭାବକ ଶ୍ରୀ ଶଶୀ ପଟ୍ଟନାୟକ ଓ ଶ୍ରୀମତି ସସ୍ମିତା ସାହୁ ପ୍ରମୁଖ ଯୋଗଦାନ କରିଥିଲେ l

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।