Sunday, November 15, 2026
Home ଆଞ୍ଚଳିକ ଜଗନ୍ନାଥ ଜମିରୁ ବେଆଇନ ପାଚେରୀ ଉଛେଦ

ଜଗନ୍ନାଥ ଜମିରୁ ବେଆଇନ ପାଚେରୀ ଉଛେଦ

140

ଜଟଣୀ,୭/୮ (ଜିଲ୍ଲା ଖବର) : ଜଟଣୀ କୁସୁମାଟି ଛଣଘର ଅଂଚଳରେ ରହିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୂ ବିଜେଙ୍କ ଜମିକୁ ଅଗ୍ରାଧିକାର କରାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । କୁସୁମାଟି ମୈାଜାରେ ରହିଥିବା ପ୍ଲଟ ନଂ ୧୭୯୦, ଖାତା ନଂ ୮୭୯ରେ ବେଆଇନଭାବେ ନିର୍ମାଣ ହୋଇଥିବା ପାଚେରୀକୁ ମନ୍ଦିର ପ୍ରଶାସନ ନିର୍ଦ୍ଧେଶକ୍ରମେ ଭାଙ୍ଗିଦିଆଯାଇଛି । ଏହି ମୈାଜାରେ ରହିଥିବା ଶହଶହ ଏକର ଜମିକୁ କେତେକ ବ୍ୟକ୍ତିଙ୍କ୍‌ିଆର କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପ୍ରାୟ ୫୫ଏକର ଜମି ରହିଥିବା ବେଳେ ସେଥି ମଧ୍ୟରୁ ଶତକଡା ୫୦ଭାଗ ଜମିରେ ହୋଇଥିବା ପାଚେରୀକୁ ତହସିଲ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ଜଟଣୀ ପୁଲିସର ଉପସ୍ଥିତିରେ ଉଛେଦ କରାଯାଇଥିଲା । ମହାମାରୀ କରୋନା ଯୋଗୁଁ ଏହା ବନ୍ଦ ରଖାଯାଇଥିବା ବେଳେ ଏହି ଉଛେଦ ଏଣି ବଳବତର ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରୀପୋର୍ଟ , ସଞ୍ଜୀବ କୁମାର