
ହାଟମୁନିଗୁଡା,୬/୮(ଜିଲ୍ଲା ଖବର) : ଗତ ଅଗଷ୍ଟ ୫ ତାରିଖରେ ବିଷମକଟକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପ୍ରକୋଷ୍ଠରେ ଅଙ୍ଗନାବାଡି ଚୟନ ପ୍ରକ୍ରିୟାର ପ୍ରମାଣ ପତ୍ର ଯାଞ୍ଚ୍ କାର୍ଯ୍ୟ କ୍ରମକୁ ତ୍ୱରାନ୍ୱିତ କରାଯାଇଅଛି।କିନ୍ତୁ ଦାଇତ୍ଵରେ ଥିବା ଅଧିକାରୀ ବୃନ୍ଦ ଯୋଗ୍ୟ ହିତାଧିକାରୀ କିପରି ନିର୍ଭୁଲ ଭାବରେ ଚୟନ କରିବେ ଆବେଦନ ଙ୍କ ମହଲରେ ଛନକା ଖେଳିଯାଇଛି । କାରଣ ଯେଉଁ ଅଙ୍ଗନାବାଡି ନିମନ୍ତେ ସାଟ୍ ପିକେଟ୍ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଲା ଉକ୍ତ କ୍କଷ୍ଟର ବା ward ରୁ
ବାହାର ଆବେଦନ କାରି ଆବେଦନ କରିଥିବା ପରିଲିଖିତ ହୋଇଅଛି। ଉଦାହରଣ ସ୍ୱରୂପ ହାଟମୁନିଗୁଡା ଦୁଇ କେନ୍ଦ୍ର ନିମନ୍ତେ ବହୁ ବାହାର ଗାଁ ତଥା ward ଏବଂ କ୍କଷ୍ଟର ରେ ଅନ୍ତଭୁକ୍ତ ନାହାନ୍ତି କି?? ଉକ୍ତ ଗ୍ରାମରେ ଆବେଦନ କରିଥିବା ଆବେଦନ କାରି ମାନଙ୍କ ସ୍ଥାୟୀ ବାସିନ୍ଦା ଅଟନ୍ତି କି ନାହିଁ ତାହାର ତଦନ୍ତ କରାଯାଉ। ଚଞ୍ଚକତାକରି ସାଟ୍ ପିକେଟ୍ ଯାଞ୍ଚ ପ୍ରକ୍ରିୟା କୁ ଦୀଗହରା କରିବା ନିମନ୍ତେ ପ୍ରୟାସ କରାଯାଇ ଅଛି।ହାଟମୁନିଗୁଡା ଗ୍ରାମରେ ଦୁଇଟି ଅଙ୍ଗନାବାଡି କେନ୍ଦ୍ର ଥିବା ବେଳେ ଅଙ୍ଗନାବାଡି କେନ୍ଦ୍ର –ଦୁଇ–ନିମନ୍ତେ ସାଟ୍ ପିକେଟ୍ ଆହ୍ୱାନ କରାଯାଇଛି।କିନ୍ତୁ ଉକ୍ତ କ୍କଷ୍ଟର ରୁ ବାହାର ପିଲା ବହୁ ପରିମାଣରେ ଆବେଦନ କରିଥିବା ପରିଲିଖିତ ହୋଇଅଛି। ଏଣୁ ଚୟନ ପ୍ରକ୍ରିୟାରେ ସ୍ଥାନୀୟ , ଲୋକ ପ୍ରତିନିଧି ଅବସର ପ୍ରାପ୍ତ ଅଙ୍ଗନାବାଡି କର୍ମି ବା ଭୋଟର ଲିଷ୍ଟ୍ କୁ ପ୍ରା ଧାନ୍ୟ ଦେଇ ଚୟନ ପ୍ରକ୍ରିୟା ଶୃଙ୍ଖଳିତ, ଶ୍ୱଛ ଓ ନିରେପକ୍ଷ ହେବା ଆବଶ୍ୟକ ବୋଲି , ସ୍ଥାନୀୟ ଜନସାଧାରଣ, ସମାଜ ସେବୀ,ସ୍ଥାନୀୟ ଲୋକ ପ୍ରତି ନିଧି ଓ ବୁଦ୍ଧିଜୀବୀ , ଅଭିଭାବକ ଙ୍କ ଖବର କାଗଜ ତଥା ବୈଦୁତିକ ସରବରାହ ଖବର ମାଧ୍ୟମରେ ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିଷମକଟକ, ଉପଜିଲ୍ଲାପାଳ ଗୁଣୁପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷମକଟକ, ଜିଲ୍ଲା ସାମାଜିକ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରି ସ୍ଥାୟୀ ସମାଧାନ କରିବା ନିମନ୍ତେ ସାଧାରଣ ରେ ଅନୁରୋଧ କରିଛନ୍ତି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।


