Wednesday, November 11, 2026
Home ଆଞ୍ଚଳିକ ସିଡ଼ି ପିଓ ଅଫିସରେ କରୋନା କଟକଣା କୁ ଫୁ

ସିଡ଼ି ପିଓ ଅଫିସରେ କରୋନା କଟକଣା କୁ ଫୁ

48

ରାୟଗଡା,୬/୮(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ଠାରେ ଥିବା ସିଡି ପିଓ ଅଫିସରେ କିପରି କରୋନା କଟକଣା କୁ ଫୁ କରାଯାଇଛି। ଏହି ଦୃଶ୍ୟ ଉପରେ ଥରେ ଭଲ ଭାବରେ ନଜର ପକାନ୍ତୁ। ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଅଫିସରେ ଓ ଜନସାଧାରଣ ମାନଙ୍କୁ କରୋନା କଟକଣା ମାନି ଚଳିବା ପାଇଁ ବିଭିନ୍ନ ଉପାୟରେ ସଚେତନ କରାଉଥିବା ବେଳେ ବିଷମକଟକ ବ୍କକ୍ ରେ ଥିବା ସିଡି ପିଓ ଅଫିସର ଏହାର ବ୍ୟତି କ୍ରମ ଦେଖିବାକୁ ମିଳିଛି। ଯାହାକି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତେକ ଅଙ୍ଗନାବାଡି ସେଣ୍ଟର ମାନଙ୍କୁ ସଚେତନ କରିବାପାଇଁ ଯେଉଁ ସିଡି ପିଓ ପରାମର୍ଶ ଦେଇଥିଲେ ସେହି ସିଡି ପିଓ ଙ୍କ ଅଫିସରେ ଆଜି କିଭଳି କରୋନା କଟକଣା କୁ ଫୁ କରାଯାଇଛି। ନୂତନ ଅଙ୍ଗନାବାଡି ନିଯୁକ୍ତି ପାଇଁ ଆବେଦନ କରିଥିବା ଲୋକ ମାନ କିପରି ବିଷମକଟକ ସିଡି ପିଓ ଅଫିସରେ କରୋନା କଟକଣା କୁ ଫୁ କରିଛନ୍ତି । ଏହି ସମ୍ପର୍କରେ ଆମେ ବିଷମକଟକ ଆଇ ଆଇ ସି ସୁବାଷ ଚନ୍ଦ୍ର କରକରା ଙ୍କୁ ଯୋଗାଯୋଗ କରିବାରୁ ମୁ ତଦନ୍ତ କରି ବୋଲି କହିଛନ୍ତି ବିଷମକଟକ ଥାନାଧିକାରୀ।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।