Wednesday, October 14, 2026
Home ଆଞ୍ଚଳିକ 1044 କେଜି ଗଞ୍ଜେଇ ସହ 4 ଜଣ ଗିରଫ

1044 କେଜି ଗଞ୍ଜେଇ ସହ 4 ଜଣ ଗିରଫ

25

ବାଲିଗୁଡ଼ା,05/08 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବାଲିଗୁଡ଼ା ଥାନା ଡିଏସପି ସ୍ବରାଜ ଦେବତା ଙ୍କ ନେତୃତ୍ୱରେ ବାଲିଗୁଡା ପୋଲିସ ଓ ଏକ ଟିମ୍ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ବରିକିଆ ଗ୍ରାମ ନିକଟରେ ଚଢାଉ କରି 1044 କେଜି ଗଞ୍ଜେଇ ଜବତ କରିବାସହ 4 ଜଣକୁ ଗିରଫ କରିଛନ୍ତି | ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ହେଲା ବରିକିଆ ଗାଁର ଆଣ୍ଟେଶ୍ୱର ମଲ୍ଲିକ, ନରେଶ ଡିଗଲ, ଅରୁଣ ଡିଗଲ ଏବଂ ଦିନାବାନ୍ଧୁ ମଲ୍ଲିକ, ଏମାନଙ୍କ ନାମରେ କେଶ ନମ୍ୱର୍ 127/21 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ।