
ବାଲିଗୁଡ଼ା,୫/୮{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦୀର୍ଘଦିନ ଧରି ତହସିଲଦାର ଦାଇତ୍ୱ ତୁଲାଇ ଆସୁଥିବା ଚନ୍ଦ୍ରହାସ ନାୟକ ଙ୍କ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଉଚ୍ଚବ ପାଳନ ହୋଇଯାଇଛି । ଦୀର୍ଘ ଦିନ ଧରି ତୁମୁଡିବନ୍ଧ ଅଂଚଳରେ ଲୋକଙ୍କ ସେବା କରି ପ୍ରିୟ ଭାଜନ ହୋଇଥିଲେ ଚନ୍ଦ୍ରହାସ ନାୟକ । ତେବେ ଚାକିରି କାର୍ଯ୍ୟକାଳ ସରିବା ପରେ ଆଜି ତାଙ୍କୁ ତୁମୁଡିବନ୍ଧ ତହସିଲ କାର୍ଯ୍ୟଳୟ ପକ୍ଷରୁ ବିଦାୟ କାଳିନ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀ ନାୟକ ଚାକିରୀ ସମୟରେ ନିଜର କିଛି ଅଭୁଲା ସ୍ମୁତି କୁ ମନେ ପକାଇ କହିଥିଲେ । ଦୀର୍ଘ ଦିନ ଧରି ସୁଚାରୁ ରୂପରେ କାର୍ଯ୍ୟ କରିଆସୁଥିବା ନାୟକ ବାବୁ ବାକି ସମୟ ଲୋକଙ୍କ ସେବାରେ ବିତାଇବେ ବୋଲି ଉଡବୋଧନ ଦେଇଥିଲେ । ଆୟୋଜିତ କାଯ୍ୟକ୍ରମରେ ତୁମୁଡିବନ୍ଧ ତହସିଲଦାର ଏମ ଅନୁରାଧା, ରାଜସ୍ୱ ପରିଦର୍ଶକ, ବିମଲ ବେବର୍ତା, ଆରଆଇ ସୁବ୍ରତ ମଲ୍ଲିକ, ରାଜସ୍ୱ ସହାୟକ ଶିବ ପ୍ରସାଦ ମଲ୍ଲିକ, ସଚିଦାନନନ୍ଦ ଦିଗାଲ, ଏନ ତିରୁପତି ରାଓ , ମୁଖ୍ୟ କିରାଣୀ ସୁଦର୍ଶନ ବେହେରା, ବିଭୁତି ଭୂଷଣ ସାହୁ, ରଞ୍ଜିତ କନ୍ନହର , ସଞ୍ଜୟ କୁମାର ସାହୁ, ଆବେଲ ନାୟକ ଏବଂ ଅନ୍ୟାନ୍ୟ ରାଜସ୍ୱ କର୍ମଚାରୀ ଉପସ୍ଥିତ ଥିଲେ ।



