Saturday, October 10, 2026
Home ଆଞ୍ଚଳିକ OSSC ନିଯୁକ୍ତିରେ ଦୁର୍ନୀତି ର CBI ତଦନ୍ତ ଦାବୀକରି, ଭାଜପା ଯୁବମୋର୍ଚା ପକ୍ଷରୁ କୋଟଗଡ ରେ...

OSSC ନିଯୁକ୍ତିରେ ଦୁର୍ନୀତି ର CBI ତଦନ୍ତ ଦାବୀକରି, ଭାଜପା ଯୁବମୋର୍ଚା ପକ୍ଷରୁ କୋଟଗଡ ରେ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

13

ବାଲିଗୁଡ଼ା,୫/୮{ସୁକାନ୍ତ କୁମାର ତ୍ରିପାଠୀ } : ରାଜ୍ୟରେ ଓଡିଶା ଷ୍ଟାଫ ସିଲେକସନ ନିଯୁକ୍ତି ପ୍ରକ୍ରିୟା ରେ ଲାଞ୍ଚ ନେଇ କିରାଣୀ ବିରଞ୍ଚି ସାହୁ ଧରା ପଡିବା ପରେ ଏବେ ରାଜ୍ୟ ତଥା ଜିଲ୍ଲା ରାଜନୀତି ସରଗରମ, ବିରୋଧୀ ବିଜେପି OSSC ଦୁର୍ନୀତି ରେ ସମ୍ପୃକ୍ତ ଶାସକ ଦଳର ବଡ ବଡିଆ, OSSC ର ବରିଷ୍ଠ ଅଧିକାରୀ ଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ କରି ରାଜ୍ୟ ବିଜେପି ଯୁବମୋର୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଙ୍କ ନିର୍ଦେଶ କ୍ରମେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନାୟକ ଙ୍କ ନେତୃତ୍ୱ ରେ ବାଲିଗୁଡା ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଦେବାଶିଷ ମିଶ୍ର,ଜିଲ୍ଲା ଯୁବମୋର୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ ରେଡି , କୋଟଗଡ ମଣ୍ଡଳ ସଭାପତି ch ପ୍ରକାଶ ସୁବୁଦ୍ଧି, ଉପ ସଭାପତି ବାଲେଶ୍ୱର ନାୟକ ସମେତ ବହୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଓ ନେତା ଯୋଗ ଦେଇ କୋଟଗଡ ମଣ୍ଡଳର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରୋନା କଟକଣା କୁ ଦୃଷ୍ଟି ରେ ରଖି ହାତରେ ବ୍ୟାନର ଧରି ଶୋଭାଯାତ୍ରା କରିବା ସହ କୋଟଗଡ ସ୍ଥାନୀୟ ଗ୍ରାମପଂଚାୟତ ନିକଟରେ ମୁଖ୍ୟମନ୍ତ୍ରୀ ଙ୍କୁ ଭତ୍ସନା କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ, ହେଲେ କୋଟଗଡ ପୁଲିସ ASI ବିକ୍ରମ ଦେହୁରୀ ଙ୍କ ନେତୃତ୍ୱ ରେ ପୁଲିସ ଟିମ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ନିଆ କୁ ଲିଭାଇଦେଇଥିଲେ |