
ବାଲିଗୁଡ଼ା ,05/08{ସୁକାନ୍ତ କୁମାର ତ୍ରିପାଠୀ } : ଆଜି ବାଲିଗୁଡା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ଠାରେ କ.ନୂଆଗାଁ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ବ୍ଲକ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଲିଗାଡ଼ା ଗ୍ରାମ ପଞ୍ଚାୟତର ବହୁ ସଂଖ୍ୟକ କଂଗ୍ରେସ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣୀତ ହୋଇ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଲେ। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳର ସଂଗଠନ ଉପରେ ଆଲୋକପାତ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ସୁଦୃଢ ନିମନ୍ତେ ପ୍ରତ୍ୟେକ କର୍ମୀଙ୍କୁ ଉତ୍ସାହିତ କରୀଥିଲେ |



