
ବ୍ରହ୍ମପୁର (ଜିଲ୍ଲା ଖବର) : 57ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିୟାନସିପ୍ ଡିସେମ୍ୱର ମାସ 15 ତାରିଖଠାରୁ 24 ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଚମ୍ପିୟଆନସିପରେ 15 ତାରିଖରୁ 17 ପର୍ଯ୍ୟନ୍ତ କ୍ୟାଡେଟ୍ ଗ୍ରୁପ୍ ଓ 18ତାରିଖରୁ 24 ତାରିଖରେ ସବ୍ ଜୁନିୟର, ଜୁନିୟର,ସିନିୟର ଓ ମାଷ୍ଟର ଗ୍ରୁପର ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାକୁ ଆନ୍ଧ୍ରପ୍ରଦେଶ ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ (ଆରଏସଏଫଆଇ) ପକ୍ଷରୁ ଆୟୋଜିତ କରାଯାଉଛି । ଏହି ଚମ୍ପିୟଆନସିପରେ ଓଡ଼ିଶାର ସସସ୍ତ ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିବେ । ଏଥି ପୂର୍ବରୁ ବ୍ରହ୍ମପୁରଠାରେ ରବିବାର ଦିନ ସକାଳ 7ଟାରୁ ସଧ୍ୟା 5ଟା ପର୍ଯ୍ୟନ୍ତ ସହର ଉପକଣ୍ଠ ଭାବନ୍ଧଠାରେ ଥିବା ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ଶେଷ ହୋଇଛି । ଏହି କ୍ୟାମ୍ପରେ 5 ବର୍ଷରୁ 17 ବର୍ଷର ସ୍କେଟର ଓ ତାଠାରୁ ଅଧିକା ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଚୟନ ଶିବିରକୁ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନ ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆର ପର୍ଯ୍ୟବେକ୍ଷକ ଫୁଲଚାନ୍ଦ, ଓଡ଼ିଶା ୟୁନିଟର ସହକାରୀ ସଂଯୋଜକ ନିମେଶ ଶର୍ମାଙ୍କ , ଅଜୟ ଭୂଷଣ ସାହୁ ଓ ଦେବାଶିଷ ପଟ୍ଟନାୟକଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 140 ଜଣ ଉଭୟ ବର୍ଗ ବାଳକ ଓ ବାଳିକା ସ୍କେଟର ମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଓଡ଼ିଶା ପାଇଁ ରୋଲର ହକି ଦଳ ମଧ୍ୟ ଚୟନ କରାଯାଇଛି ।ଏହି ଚୟନ ଶିବିରରେ ଉତ୍ତମ ପ୍ରଦର୍ଶନ କରିଥିବା ସ୍କେଟର ଆସନ୍ତା ମାସରେ ବିଶାଖାପାଟଣା ଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଛନ୍ତି । ଏହି ରାଜ୍ୟ ସ୍ତରୀୟ ଚୟନ ଶିବିରରେ ବହୁ ଅଭିଜ୍ଞ ରୋଲର ସ୍କେଟିଂ ରେଫରୀ ମାନେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସ୍କେଟର ମାନଙ୍କ ଅଭିଭାବକମାନେ ଏହି କ୍ୟାମ୍ପକୁ ସହଯୋଗ କରିଥିଲେ ।




