Wednesday, July 22, 2026
Home ଆଞ୍ଚଳିକ ଅଜଣା ଜନ୍ତୁ ଆତଙ୍କ, ୪୦ ଛେଳି ମୃତ

ଅଜଣା ଜନ୍ତୁ ଆତଙ୍କ, ୪୦ ଛେଳି ମୃତ

78

ଆସିକା,୧୭/୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡ଼ାଗୁଡ଼ାରେ ଏକାଧିକ ଛେଳିଙ୍କ ମୃତ୍ୟୁ ଘଟିଲାଣି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କେହି ଅଜଣା ଜନ୍ତୁ ଛେଳିଙ୍କୁ ଖାଇ ଦେଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ବାହାଡ଼ାଗୁଡ଼ା ଗାଁରେ ୪୦ଟି ଛେଳିର ଅସ୍ୱାଭାବିକ ମୃତ୍ୟୁ ଘଟିଲାଣି। ଏହି ଗାଁର ଗଙ୍ଗା ଗୌଡ଼ ନିଜ ଗୁହାଳରେ ଛେଳିମାନଙ୍କୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ।  ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ, ଏକାଥରେ ୪୦ଟି ଛେଳି ମରି ପଡ଼ିଛନ୍ତି।ସବୁ ଛେଳିର ତଣ୍ଟି ପାଖରେ କାମଡ଼ା ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ସେଥିରୁ ଗ୍ରାମବାସୀ ଅଜଣା ଜନ୍ତୁ କିଏ ମାରିଥିବା ଅନୁମାନ କରୁଛନ୍ତି। ତେବେ କିଏ ମାରିଛି,  କେମିତି ମରିଛନ୍ତି କିଛି ଜଣାପଡ଼ିନି।