Saturday, November 14, 2026
Home ଆଞ୍ଚଳିକ ବରିଷ୍ଠ ସାମ୍ବାଦିକ ବିରଚିଂ ମହାନ୍ତୀଙ୍କ ଦେହାନ୍ତ

ବରିଷ୍ଠ ସାମ୍ବାଦିକ ବିରଚିଂ ମହାନ୍ତୀଙ୍କ ଦେହାନ୍ତ

45

ଜଟଣୀ,୫/୮(ଜିଲ୍ଲା ଖବର) : ଜଟଣୀ ଅଂଚଳର ବରିଷ୍ଠ ସାମ୍ବାଦିକ ବିରଚିଂ ନାରାୟଣ ମହାନ୍ତୀଙ୍କ ଆଜି ସ୍ଥାନୀୟ ବାସଭବନରେ ପରଲୋକ ଘଟିଛି । ସେ ଦିର୍ଘଦିନ ହେବ ବାର୍ଦ୍ଧକ୍ୟ ସହିତ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ଗୁରୁବାର ଭୋର ୫ଟା ସମୟରେ ଜଟଣୀ ରାମଚନ୍ଦ୍ରପୁରସ୍ଥିତ ବାସଭବନଠାରେ ପରଲୋକ ଘଟିଥିଲା । ମୃତ୍ୟୁ ଖବରପାଇ ଜଟଣୀର ସମସ୍ତ ସାମ୍ବାଦିକ ଓ ବୃଦ୍ଧିଜିବୀମାନେ ବିରଚିଂଙ୍କ ବାସଭବନଠାରେ ପହଁଚିଥିଲେ । ସେ ଜଣେ ପରୋପକାରୀ ସଚୋଟ ଓ ନିଷ୍ଠାପର ବ୍ୟକ୍ତିଥିଲେ । ୧୯୮୫-୮୬ରେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ଜଟଣୀ ସାମ୍ବାଦିକଭାବେ କାର୍ଯ୍ୟ କରିଥିବା ବେଳେ ୧୯୯୪ରୁ ୯୭ ମସିହା ପର୍ଯ୍ୟନ୍ତ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିରେ ପବ୍ଲିସରଭାବେ କାର୍ଯ୍ୟକରିଥିଲେ । ପରବର୍ତି ସମୟରେ କଳିଙ୍ଗମେଲ ଖବରକାଗଜର ସବଏଡିଟରଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଶାରିରୀକ ଅକ୍ଷମତା ଯୋଗୁଁ ଉକ୍ତ ସମସ୍ତ ଦାୟିତ୍ୱରୁ ଅବସର ନେଇଥିଲେ । ମାତ୍ର ଆଜି ତାଙ୍କର ଦେହାନ୍ତ ହୋଇଥିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା ।

ରୀପୋର୍ଟ ,ସଞ୍ଜୀବ କୁମାର