Saturday, October 10, 2026
Home ଆଞ୍ଚଳିକ କୁମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ

କୁମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ

13

ବାଲିଗୁଡ଼ା,04/08 {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ-କଳାହାଣ୍ଡି ସିମାନ୍ତ କୁଟିଗୁଡ଼ା ଓ ଲେଙ୍ଗୁଡ଼ି ଜଙ୍ଗଲରେ ସିଆରପିଏଫ ପକ୍ଷରୁ ଚାଲିଥିଲା ଅପରେସନ । ଅପେରସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି l ମାଓ କ୍ୟାମ୍ପ ବେଳେ ୩ ଦେଶୀ ବନ୍ଧୁକ, ବିସ୍ପୋରକ,,ରେଡ଼ିଓ,ବିସ୍ଫୋରକ ସାମଗ୍ରୀ,ଔଷଧ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି l ଗତ ତିନି ଦିନ ତଳେ ବାରଖମା ଫାଣ୍ଡି ଅଧିନସ୍ତ ସୀମାନ୍ତ ସମାଗାଁ ଜଙ୍ଗଲ ରେ ମାଓ ଉପସ୍ଥିତି ନେଇ ସୂଚନା ମିଳିଥିଲା l ସୂଚନା ମୁତାବକ ସିଆରପିଏଫ ଜି 127 ବାଟାଲିୟନ ର ସେକେଣ୍ଡ ଇନ କମାଣ୍ଡ ମାଉଲି ମୋହନ କୁମାର ଓ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସମ୍ୟଜିତ ଭକତ ଙ୍କ ନେତୃତ୍ୱ ରେ ବୁଧବାର ସକାଳେ ଏକ ଟିମ ସୀମାନ୍ତ ଜଙ୍ଗଲ ରେ ଅପେରସନ ଆରମ୍ଭ କରିଥିଲା l ତେବେ ଉକ୍ତ ଜଙ୍ଗଲ ରେ କମ୍ବିଂ ଅପରେସନ ବେଳେ କିଛି ମାଓବାଦୀ ଖସି ପଳାଇଥିଲେ l ମାଓ କ୍ୟାମ୍ପ ଠାବ ନେଇ ସିଆରପିଏଫ୍ 127 ବାଟାଲିୟନ କମାଣ୍ଡେଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି l