
ଶେରଗଡ ,୪୲୮୲୨୧(ଜିଲ୍ଲା ଖବର) : ଶେରଗଡ ବ୍ଲକରେ ୨୮ଟି ହାଇସ୍କୂଲକୁ ସ୍ୱାର୍ଟ ହାଇସ୍କୂଲରେ ପରିଣତ କରାଯାଇ । ଗୋଟିଏ ଗୋଟିଏ ବିଦ୍ୟାଳୟର ଆଧୁନିକ କରଣ ପାଇଁ ୪୫ଲକ୍ଷ ଟଙ୍କା ବ୍ଯୟରେ ନିର୍ମାଣ କାର୍ଯ୍ୟ ଚାଲିଛି,କାର୍ଯ୍ୟ କେତେ ଦୂର ଅଗ୍ରସର ହୋଇଛି ସେ ସଂପ୍ରର୍କରେ ଅନୁଧ୍ଧାନ କରିବାକୁ ଗଞାମ ଜିଲ୍ଲା ପିଡି ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଶେରଗଡ ବ୍କକ ଗସ୍ତରେ ଆସି ଖିରିଡା,ବରମୁଣ୍ଡଳୀ, ବଂଧାଗୁଡା,ତାକରଡା,ଧବଳପୁର,ଲାଂଜିଆପଲ୍ଳୀ,ଧନନ୍ତର,ଗୋବିନ୍ଦପୁର ଗୋଠଗାଁ,ଠୁରୁବୁରାଇ,କୁରୁଳା ଓ ଅଲାରୀ ଗଡର ସ୍ୱାର୍ଟ ହାଇସ୍କୁଲ ଓକ୍ଳାସ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସମାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଗସ୍ତ ସମୟରେ ବିଡିଓ ଶମ୍ଭୁ ନାଥ ନଂଦୀ,କାର୍ଯ୍ୟ ନିର୍ବାହୀଯନ୍ତ୍ରୀ କେଦାର ନାଥ ପଣ୍ଡା,ସମୀର ପ୍ରଧାନ ମକରା ସ୍ୱାଇଁ,ଶିଶିର କୁମାର ସାହୁ ଓ ଅଜିତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।



