
ଚନ୍ଦପୁର,୪/୮(ଜିଲ୍ଲା ଖବର) : ନିଜ ହକ୍ ପାଇଁ ଆଜି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠାରେ ଭାରତୀୟ ମଜଦୂର ସଙ୍ଘ ତରଫରୁ ଓଡିଶା ସ୍ୱାବଲମ୍ବୀ କାରିଗର ସଙ୍ଘ ତରଫରୁ ବିକ୍ଷୋଭ ସହ ଏକ ରାଲି ମାଧ୍ୟମରେ ସ୍ଥାନୀୟ ଗୋଷ୍ଠିଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତେ ଏକ ଦାବିପତ୍ର ଦିଆଯାଇଛି ।
ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ଏକ ଅବହେଳିତ ବ୍ଲକ ଭାବେ ବେଶ ଜଣାଶୁଣା । ଅନେକ ସମସ୍ୟା ଭିତରେ ସାଧାରଣ ଜନତା ଛନ୍ଦି ହୋଇ ରାହୁଥିବାବେଳେ ଅନେକ ଥର ନିଜର ଦାବି ଓ ଅଂଚଳ ର ବିକାଶ ପାଇଁ ଗୁହାରୀ ଓ ରାଲି ଚାଲିଛି କିନ୍ତୁ ପ୍ରକୃତରେ ବିକାଶ ପାଇଁ ଅନେକ ପ୍ରଶାସନିକ ଅଧିକାରୀ ଚିନ୍ତା କରି ଚାଲିଯାଇଛନ୍ତି ସତ କିନ୍ତୁ ବିକାଶ ଚିତ୍ର ସଂପୂର୍ଣ ଅସ୍ପଷ୍ଟ ଦେଖାଦେଉଛି । କୃଷି , ଶିକ୍ଷା , ଗମନାଗମନ ଓ ଅନେକ ସମସ୍ୟା ର ସୁଧାର ଏ ଯାଏ ଆସିନି । ଅଂଚଳପାଇଁ ରାଜ୍ୟ ସରକାର ଅନେକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଅନେକ ବ୍ୟୟ ବରାଦ ହେଉଛି ସତ କିନ୍ତୁ ପ୍ରଶାସନିକ ଅଧିକାରୀ ଦ୍ୱାର ଏହା ବାଟ ମାରଣା ହେଉଛି ବୋଲି ଅଭିଯୋଗ ହେଉଛି ।
ଜଳ ଯୋଗାଣ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରି ଗାଁ ଗାଁ କୁ ପାନୀୟ ଜଳ ଯୋଗାଣ ଭିତ୍ତି ଭୂମି ସୁଦୃଢ଼ କରୁଥିବା ବେଳେ ଏଥିରେ ସଂପୃକ୍ତ ସ୍ୱାବଲମ୍ବୀ ଶ୍ରମିକ ମାନକୁ ଏଯାବତ ମାତ୍ର 2000 ଟଙ୍କା ମାସିକ ଦେୟ ଦେଉଥିବା ବେଳେ , ସେମାନେ ନିଷ୍ପେସିତ ହୋଇ ରହୁଥିବା ଜଣାପଡୁଛି ।
ଅନେକ ସମସ୍ୟା ଭିତରେ ଗତି କରୁଥିବା ସ୍ୱାବଲମ୍ବୀ କାରିଗର ସଙ୍ଘ ଆଜି ନିଜର ହକ୍ ପାଇଁ , କୋରାନା ଯୋଧ୍ୟା ର ମାନ୍ୟତା , ସର୍ବନିମ୍ନ ଦରମା ମାସକୁ 15000 ଟଙ୍କା ପ୍ରଦାନ , ଓ ସେମାନଙ୍କୁ ସରକାରୀ ଚାକିରିଆ ଭାବେ ଘୋଷଣା କରିବା ଭଳି କିଛି ଦାବୀ ପତ୍ର , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଦେଇଛନ୍ତି ।
ଚନ୍ଦ୍ରପୁର ବ୍ଲକ ଅଧୀନରେ ପାନୀୟ ଜଳଯୋଗାଣ ରେ କାର୍ଯ୍ୟ ରତ ଶ୍ରମିକ ଙ୍କୁ ଦୀର୍ଘ 2 ବର୍ଷ ଓ କିଛି ଶ୍ରମିକ ଙ୍କୁ 22 ମାସ ହେବ ଦରମା ମିଳିନଥିବା ଅଭିଯୋଗ ହେଇଚି ।
ସମସ୍ୟାର ସମାଧାନ ହୋଇ ବିକାଶ ଧାରା କେବେ ସୁଦୃଡ଼ ହେବ ସମୟ କହିବ ବୋଲି ଭାରତୀୟ ମଜୁଦୁର ସଙ୍ଗ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ କହିଛନ୍ତି ।ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଶ୍ୱାବଲମ୍ବି କାରିଗର ସଙ୍ଗର ଜିଲ୍ଲା ସମ୍ପାଦକ ଶ୍ରୀ ସିମାଚଳ ମିଶ୍ର ପରିଚାଳନା କରିଥିଲେ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।


