
ବିଷମକଟକ,୪/୮(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଗୁଣୁପୁର ସହର, ରାମେଶ୍ବର ନଗର ସ୍ଥିତ କିଡସ୍-ଗୀ ଏ ନୋବେଲ କନସେପ୍ଟ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଙ୍କ ଅପୂର୍ବ ସଫଳତା ହାସଲ କରିଥିବା ନେଇ ବିଦ୍ୟାଳୟ ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଶତପଥି, ସମ୍ପାଦକ ମୁରଲୀଧର ପଣ୍ଡା ଓ ଅଧ୍ୟକ୍ଷା ସ୍ଵୟଂପ୍ରଭା ମହାପାତ୍ର ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ କରୋନା କଟକଣା ମଧ୍ୟରେ , ବିଦ୍ୟାଳୟ ବନ୍ଦ ରହିଥିବା ସତ୍ତ୍ବେ, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଅନଲାଇନ୍ ପାଠପଢ଼ା ନିମନ୍ତେ ପାଇଥିଵା ସହଯୋଗ ତଥା ଉତ୍ସର୍ଗତା ଯୋଗୁଁ, ସେମାନଙ୍କ ଆଶାତୀତ ସଫଳତା ସମ୍ଭବ ହୋଇପାରିଛି ବୋଲି ମତପ୍ରକାଶ କରିଛନ୍ତି। ସୂଚନା ମୁତାବକ କିଡସ୍-ଗୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଗୁଣପୁର ରେ ଅଧ୍ୟୟନ କରିଥିବା ଛାତ୍ରୀ ସ୍ବୟଂଜିତା ଶତପଥି ଶତକଡା ୯୬ ପ୍ରତିଶତ ମାର୍କ ରଖି, ବିଦ୍ୟାଳୟ ରେ ପ୍ରଥମ ହୋଇଥିଵା ବେଳେ ଶତକଡା ୯୦.୮ ପ୍ରତିଶତ ମାର୍କ ପାଇ ବର୍ଷା କୁଆଁର ଦ୍ଵିତୀୟ , ଶତକଡ଼ା ୮୦.୨ପ୍ରତିଶତ ମାର୍କ ପାଇ ବିକ୍ରମ ସାହୁ ତୃତୀୟ ସ୍ଥାନ, ଶତକଡା ୭୭.୨ ପ୍ରତିଶତ ମାର୍କ ପାଇ ପି.ସାରଣ୍ୟା ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ଆଗାମୀ ଦିନରେ ଏହିପରି ବିଦ୍ୟାଳୟ ର ଆଶାତୀତ ସଫଳତାକୁ ବଜାୟ ରଖିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷା ସ୍ଵୟଂପ୍ରଭା ମହାପାତ୍ର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ଵାନ ଜଣାଇଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଶତପଥି, ବିଦ୍ୟାଳୟ ର ପ୍ରଥମ ବର୍ଷ ର ପ୍ରାରାମ୍ଭିକ ସଫଳତା ପାଇଁ ସମସ୍ତ ଅଭିଭାବକଵୃନ୍ଦ ଙ୍କୁ ଅଭିନନ୍ଦନ ଜଣାଇବା ସହ ପିଲାଙ୍କ ଭବିଷ୍ୟତ ପାଇଁ ଦେଇ ଥିବା ସହଯୋଗ ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।


