Sunday, November 15, 2026
Home ଆଞ୍ଚଳିକ ୪୨ ପେଟି ଆସ୍କାଫର୍ଟି ଜବତ

୪୨ ପେଟି ଆସ୍କାଫର୍ଟି ଜବତ

67

ଜଟଣୀ,୪/୮(ଜିଲ୍ଲା ଖବର) : ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଗ୍ରାମରୁ ଜଟଣୀ ପୋଲିସ ୪୨ କାର୍ଟୁନ (୨୧୦ ଲିଟର) ଆସ୍କାଫର୍ଟି ଜବତ କରିଛି। ଥାନା ଅଧିକାରୀ ବିଶ୍ବରଞ୍ଜନ ସାହୁଙ୍କ ସୂଚନା ଅନୁଯାୟୀ ଏକ ବିଶେଷ ସୂତ୍ରରୁ ଖବର ପାଇ ତରାବୋଇ ଗ୍ରାମର ଶ୍ୟାମ କାଣ୍ଡଙ୍କ ଘରେ ଚଢଉ କରି ୪୨ କାର୍ଟୁନ ଆସ୍କାଫଟି ମଦ ଜଟଣୀ ପୋଲିସ ଜବତ କରିବାକୁ ସକ୍ଷମ ହୋଇଛି । ଘଟଣାସ୍ଥଳରୁ ଚୋରା ମଦ ବେପାରୀ ଫେରାର ହୋଇ ଯାଇଥିବାବେଳେ ପୋଲିସ ମଦ ଜବତ କରି ୩୯୨/୨୧ ଅଣ୍ଡର ସେକ୍ସନ ୫୨ ଏ ଓଡ଼ିଶା ଅବକାରୀ ଆକ୍ଟରେ ମାମଲା ରୁଜୁ କରିଛି ।

ରୀପୋର୍ଟ, ସଞ୍ଜୀବ କୁମାର