Thursday, October 15, 2026
Home ଆଞ୍ଚଳିକ ଲାବରୋଟୋରି ଟେକ୍ନିସିଆନ ମାନଙ୍କ 10 ଦଫା ଦାବି ନେଇ କଳା ବ୍ୟାଜ ପରିଧାନ

ଲାବରୋଟୋରି ଟେକ୍ନିସିଆନ ମାନଙ୍କ 10 ଦଫା ଦାବି ନେଇ କଳା ବ୍ୟାଜ ପରିଧାନ

26

ବାଲିଗୁଡ଼ା,୩/୮(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲାର ସମସ୍ତ ଲାବରୋଟୋରି ଟେକ୍ନିସିଆନ ମାନଙ୍କ 10 ଦଫା ଦାବି ନେଇ ଅଗଷ୍ଟ 1 ରୁକଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ।
ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ । ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି । ଏଣୁ ଅଗଷ୍ଟ 1 ତାରଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରି ଟେକ୍ନିସିଆନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ କନ୍ଧମାଳ ଜିଲ୍ଲାର 10 ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ କର୍ଯ୍ୟକରୁଥିବା 25 ଜଣ ଲାବରୋଟୋରି ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି ବୋଲି କହିଛନ୍ତି ଲାବରୋଟୋରି ଟେକ୍ନିସିଆନ ର ଜିଲ୍ଲା ସଂପାଦକ ବଳରାମ ଗୌଡ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଟେକ୍ନିସିଆନ ସଂଘର ଜିଲ୍ଲା ସଂପାଦକ ବଳରାମ ଗୌଡ, ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରିୟଙ୍କା ଦାସ ପ୍ରମୁଖ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ, ସୁକାନ୍ତ କୁମାର ତ୍ରିପାଠୀ ।