Wednesday, November 11, 2026
Home ଆଞ୍ଚଳିକ ଗୁଣୁପୁର ନିର୍ବାଚନ ମଣ୍ଡଳୀ କୁ ନବ ନିଯୁକ୍ତ ଜିଲ୍ଳା ପର୍ଯ୍ୟବେକ୍ଷକ ଶ୍ରୀ ଅତୁନ ସବ୍ୟସାଚୀ ନାୟକଙ୍କ...

ଗୁଣୁପୁର ନିର୍ବାଚନ ମଣ୍ଡଳୀ କୁ ନବ ନିଯୁକ୍ତ ଜିଲ୍ଳା ପର୍ଯ୍ୟବେକ୍ଷକ ଶ୍ରୀ ଅତୁନ ସବ୍ୟସାଚୀ ନାୟକଙ୍କ ପ୍ରଥମ ଗ୍ରସ୍ତ।

93

ବିଷମକଟକ,୩/୮(ଜିଲ୍ଲା ଖବର)- ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଗୁଣୁପୁର ବ୍ଲକ ,ଗୁଣୁପୁର ପୌର ପାଳିକା, ଗୁଡାରି ବ୍ଲକ, ଗୁଡରି ବିଜ୍ଞାପିତ ପରିଷଦ, ରାମାନଗୁଡା ବ୍ଲକ, ଏବଂ ପଦ୍ମପୁର ବ୍ଲକ ସମସ୍ତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ। ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହାଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ, ମୁଖ୍ୟ ବକ୍ତା ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା, ସନ୍ନମାନିତ ଅତିଥି ଭାବେ ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗୋମାଙ୍ଗ ଙ୍କ ସମେତ ସହ ପର୍ଯ୍ୟବେକ୍ଷକ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ସଦସ୍ୟ ଖଦି ବର୍ଡ ଓଡିଶା ସରକାର ଶ୍ରୀ ପୃଥିବୀ ରାଜା ସାହୁ,ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ , ପଦ୍ମ ପୁର ବ୍କକ୍ ଅଧ୍ୟକ୍ଷ ରମାକାନ୍ତ ମାଝୀ, ପୂର୍ବତନ ବ୍କକ୍ ଅଧ୍ୟକ୍ଷ କୈଳାସ ପାସ୍କା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସ୍ତରୀୟ ସାଂଗଠନିକ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଦଳ କୁ ଅଧିକ ମଜବୁତ କରିବା ପାଇଁ କର୍ମୀ ଓ ନେତା ସମସ୍ତେ ପରିଶ୍ରମ କରି ବିଜୁ ଜନତା ଦଳ କୁ ଶକ୍ତି ଶାଳୀ କରିବା ସହ ସମସ୍ତେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବିଜୟ ହାସଲ ପାଇଁ ସଂକଳ୍ପ ଗ୍ରହଣ କରାଗଲା। ଜିଲ୍ଲା ପର୍ଯ୍ୟବେକ୍ଷକ ସମସ୍ତ ବିଷୟ ଜିଲ୍ଲା ସଭାପତି ,ସ୍ଥାନୀୟ ମନ୍ତ୍ରୀ, ଏବଂ ବିଧାୟକ ଙ୍କ ସହ ଆଲୋଚନା କରି ରାଜ୍ୟ ସଭାପତି ଙ୍କୁ ଅବଗତ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଜୟ ନବୀନ ଜୟ ଓଡ଼ିଶା।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।