
ଖୋର୍ଦ୍ଧା,୩/୮(ଜିଲ୍ଲା ଖବର) : ସାରା ରାଜ୍ୟର ଡେଙ୍ଗୁ ତାର ପ୍ରକୋପ ବିସ୍ତାର କରିବାରେ ଲାଗିଛି ମୁଖ୍ୟତଃ କଟକ ଓ ଭୁବନେଶ୍ଵରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି ।
ଡେଙ୍ଗୁ ରୋଗ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନପାରେ ଏଣୁ ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରିବା ସହିତ ସହ ଘର ଘର ଯାଇ ସଚେତନ କରୁଛନ୍ତି। ଘର ନିକଟରେ ଅଳିଆ ଆବର୍ଜନା,
ନ ଜମେଇବା, ଟାୟାର ଇତ୍ୟାଦି ନ ରଖିବା ଯେଥରେ ପାଣି ଜମିବା ସମ୍ଭାବନା ରହିଛି ଯାହା ଦ୍ଵାରା ମଶାର ବଂଶ ବୃଦ୍ଧି ଘଟିବ ନାହି ଓ ରାତିରେ ଶୋଇବା ବେଳେ ମଶାରୀ ବ୍ୟବହାର କରିବା.
ଜଟଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜଟଣୀ ମ୍ୟୁନିସିପାଲିଟି ତରଫରୁ ଷଣ୍ଢପୁର ମହିଳା ଅରୋଗ୍ୟ ସମିତି ପକ୍ଷରୁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏକ ସ୍ବତନ୍ତ୍ର ରାଲି ବାହାରି କିପରି ସାଧାରଣ ଲୋକମାନେ ନିଜ ‘ଘରେ ସଚେତନ ରହିବେ ସେ ସଂପର୍କରେ ସ୍ଲୋଗାନ ଦେଇ ହାତରେ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ଼ ଧରି ସଚେତନ କରାଯାଉଥିଲା।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ସାନିଟେସନ ମ୍ୟୁନିସିପାଲିଟିର ସୁପରଭାଇଜର, ସ୍ବଚ୍ଛ ସାଥ୍, ସ୍ଵଚ୍ଛସାଥ୍ ସୁପରଭାଇଜର, ପୌର କର୍ମଚାରୀ ଏବଂ ସଫେଇ କର୍ମଚାରୀ ପ୍ରମୁଖ .
ରୀପୋର୍ଟ , ସଞ୍ଜୀବ କୁମାର



