
ବିଷମକଟକ,୩/୮(ଜିଲ୍ଲା ଖବର) : ରାୟଗଡାଜିଲ୍ଲା ଗୁଣପୁରଅଞ୍ଚଳର ଦାଦନଖଟିବାକୁ 6ଜଣଶ୍ରମିକଙ୍କ ଜୀବନ୍ତଦଗ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁଛାତ୍ରଜନତା ଦଳ ଜିଲ୍ଲାସଭାପତି ବିଷ୍ଣୁପ୍ରସାଦ ପଣ୍ଡା ଆନ୍ଧ୍ରରେ ପହଁଞ୍ଚି ଘଟଣାର ଅନୁସନ୍ଧାନକରି ଆନ୍ଧ୍ରସରକାରଙ୍କ ସହ ଆଲୋଚନା କରିଥିଲେ।ସେଠାରେ କାମକରୁଥିବା ୩୩ଜଣଙ୍କୁ ଉଦ୍ଧାରକରି ଏକ ସ୍ୱତନ୍ତ୍ର ବସରେ ଗୁଣପୁର ଆଣିଥିଲେ। ଅପରାହ୍ନ 3ଟା ସମୟରେ ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପହଁଚିଲାପରେ ମୋପରିବାର ତରଫରୁ ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।ମୃତପରିବାରଙ୍କୁ ଓଡିଶା ସରକାରଙ୍କ ତରଫରୁ 2ଲକ୍ଷ,ଓଡ଼ିଆ ମୋପରିବାର ତରଫରୁ 10ହଜାର,ରେଡ଼କ୍ରସ ତରଫରୁ 20ହଜାର,ଆନ୍ଧ୍ର ସରକାର ତରଫରୁ 3ଲକ୍ଷ,ଆଉ ଚିଙ୍ଗୁଡ଼ିକମ୍ପାନୀତରଫରୁ 5ଲକ୍ଷ ଟଙ୍କା ଅନୁକମ୍ପା ରାଶିପ୍ରଦାନ କରଯାଇଥିବା ସୂଚନାଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ,ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ଶ୍ରମଅଧିକାରୀ ସ୍ୱାତିସୁଲଗ୍ନା ପାତ୍ର, ବିଜୁସ୍ୱାସ୍ଥ୍ୟକଲ୍ୟାଣ ଉପଦେଷ୍ଟା ସୁଧିର ଦାସ ଓ ବରିଷ୍ଠ ଆଇନଜୀବୀ ରାଜୁ ସାହୁ ଉପସ୍ଥିତଥିଲେ।ତେବେ ଫେରନ୍ତା 33ଜଣଙ୍କ ମଧ୍ୟରୁ 18ଜଣ ଗୁଣୁପୁର ଅଞ୍ଚଳର ଓ 15ଜଣ ଗଜପତି ଜିଲ୍ଲା ଜିରାଙ୍ଗ ବ୍ଲକର।ଏମାନେ ପ୍ରକାଶ କରିଛନ୍ତି ଯେ, ଫାର୍ମମାଲିକ ନିର୍ଯାତନାସହ ମାରି ଦେବାକୁ ଯୋଜନା କରୁଥିଲେ।ଏହାର ଉତ୍ତରରେ ଗୁଣପୁର ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ଯେ,ଆଗାମୀଦିନରେ ତଦନ୍ତ ପରେ ସବୁ ଜଣାପଡିବ ଏବଂ ଦଲାଲ ବିଭୁକୁ ଯଥାଶୀଘ୍ର ଗିରଫକରାଯିବ।
ରିପୋର୍ଟ ପ୍ରସନ୍ନ କୁମାର ପଣ୍ଡା ।



