
ହିଞ୍ଜିଳିକାଟୁ,୪/୮(ଜିଲ୍ଲା ଖବର) : ସାରା ରାଜ୍ୟରେ ବୃଦ୍ଧି ପାଉଥିବା ଡେଙ୍ଗ୍ୟୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌର ପରିଷଦ ଦ୍ୱାରା ମଙ୍ଗଳବାର ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ସ୍ୱଚ୍ଛତା ଅଧିକାରୀ ଅଭିଜିତ ପୁରୋହିତ, ମାନସ ରଞ୍ଜନ ବିନ୍ଧାଣି, କନିଷ୍ଠ ସହାୟକ ଛବି ନାରାୟଣ ପଣ୍ଡା, ଗୋଷ୍ଠୀ ସଂଗଠକ ସନ୍ଧ୍ୟା ରାଣୀ ପଟ୍ଟନାୟକ, ମୁକ୍ତା ସଂଯୋଜକ ମାନସ ଦିଗାଲ, ସୁରେନ୍ଦ୍ର ଗୌଡ଼, ଇ. କିଷାନ କୁମାର ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ ପରିକ୍ରମ କରି ଏହି ରଥ ଅଞ୍ଚଳବାସୀଙ୍କୁ ଡେଙ୍ଗ୍ ରୋଗ ର ସଚେତନତା କରାଇବ ।



