
ଖୋର୍ଦ୍ଧା,୦୩/୦୮/୨୧ (ଜିଲ୍ଲା ଖବର) : ବେଆଇନ କଳା ମୁଗୁନି ପଥର ଖଣିରେ ଟାଙ୍ଗୀ ପୋଲିସ ଆଇଆଇସି ଓ ତହସିଲଦାରଙ୍କ ରାତି ଅଧିଆ ଚଢାଉ । ଛତ୍ରଭଙ୍ଗ ଦେଲେ ଖଣି ମାଫିଆ । ଗୋଟିଏ ପୋକଲିନ୍ ମେସିନ୍ ସହ ୨ଟି ଟ୍ରାକ୍ଟର, କଂପ୍ରେସର ମେସିନ ଜବତ ହୋଇଛି । ୬ ଜଣଙ୍କୁ ଅଟକ ରଖାଯଆଇଛି ।
ଟାଙ୍ଗୀ ତହସିଲ ଅନ୍ତର୍ଗତ କୟଠପଲା ନିକଟ ବ୍ରୁଷବନ୍ଧ ପାହାଡର ୭ ନଂ ଖଣିରେ ହୋଇଛି ଚଢାଉ । ମାଫିଆ ମାନେ ଖଣିରେ ବେଆଇନ ଭାବେ ରାତି ଅଧିଆ ଚଳାଇଥିଲେ ପଥର ଚୋରା ଚାଲାଣ । ପୋଲିସ୍ ଓ ତହସିଲଦାରଙ୍କ ଜୋରଦାର ଚଢାଉ ଫଳରେ କିଛି ଦିନ ଖଣିରେ କାରବାର ବନ୍ଦ କରିଦେଇଥିଲେ ଖଣି ମାଫିଆ । ମାତ୍ର ଏବେ ବିଳମ୍ବିତ ରାତ୍ରୀରେ ଖଣି ମାଫିଆ ହୋଇଥିଲେ ସକ୍ରିୟ । ଚାଲାଣ କରୁଥିଲେ ଶହ ଶହ ଟ୍ରକ୍ କଳା ମୁଗୁନି ପଥର ।


