
ନୂଆଦିଲ୍ଲୀ,୦୩/୦୮/୨୧ (ଜିଲ୍ଲା ଖବର) : ଧିରେ ଧିରେ କମୁଛି ଦେଶରେ କରୋନା ସଂକ୍ରମଣ ମାମଲା। ଯାହା ଦେଶବାସୀଙ୍କୁ ଆଶ୍ୱସ୍ତ ଦେଉଛି। ଆଜି ଦେଶରେ ୩୦,୫୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଏଥିସହିତ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୦୪,୯୫୮କୁ ବୃଦ୍ଧିପାଇଛି । କରୋନାରୁ ଏପର୍ୟ୍ୟନ୍ତ ୩,୦୮,୯୬,୩୫୪ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ତେବେ ସଂକ୍ରମଣ ହାର କମୁଥିବାବେଳେ ଅନେକ ଜିନିଷକୁ କୋହଳ କରିଛନ୍ତି ସରକାର।


