
କଟକ, ୦୩/୦୮/୨୧ (ଜିଲ୍ଲା ଖବର) : ମାଟ୍ରିକ ଅଫଲାଇନ ପରୀକ୍ଷା ଜାରି ରହିଥିବା ବେଳେ ଖାତା ମୂଲ୍ୟାୟନ ଲାଗି ବୋର୍ଡ ବ୍ୟବସ୍ଥା କରି ସାରିଛି । ଖାତା ମୂଲ୍ୟୟାନ ପାଇଁ ରାଜ୍ୟର 7 ଟି ଜିଲ୍ଲାରେ ମୋଟ 9ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା, କଟକ, କେନ୍ଦ୍ରାପଡ଼ା, ଯାଜପୁର କେନ୍ଦ୍ରପଡା, ନୟାଗଡ, ଖୋର୍ଦ୍ଧା ଓ ପୁରୀ ।
ଆସନ୍ତା 11 ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବାକୁ ଥିବା ବେଳେ ଏହା ତିନି ଦିନ ଧରି ଚାଲିବ । ଖାତା ମୂଲ୍ୟୟନ ଲାଗି 15 ଶହ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କୁ ମୂଲ୍ୟାୟନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ 10 ତାରିଖ ଦିନ 11ଟା ବେଳେ ନିଜ ନିଜ କେନ୍ଦ୍ରରେ ଯୋଗ ଦେବା ପାଇଁ କୁହାଯାଇଛି । ତେବେ କୋଭିଡ ଗାଇଡ ଲାଇନ ମାନି ଏହି ଖାତା ମୁଲ୍ୟାୟନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।



