Home ଅପରାଧ ଗୁଳି ମାଡ କରି ସୁନା ଓ ଟଙ୍କା ଲୁଟ

ଗୁଳି ମାଡ କରି ସୁନା ଓ ଟଙ୍କା ଲୁଟ

15

ଭଦ୍ରକ,୦୩/୦୮/୨୧ (ଜିଲ୍ଲା ଖବର) :  ଗୁଳି ମାଡ କରି ସୁନା ଓ ଟଙ୍କା ଲୁଟ । ଏହି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ହରରିପୁର ଛକରେ ଘଟିଛି । 3ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ଅଚାନକ ଗୁଳି ମାଡ କରିଥିଲେ ।

ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳି ମାଡ କରିଥିବା ଦୁର୍ବୃର୍ତ୍ତଙ୍କ ମଧ୍ୟରୁ 2ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ପୋଲିସ ଘଟଣାର ଛାନବିନ ଜାରି ରଖିଛି ।