Home ଆଞ୍ଚଳିକ ଫାଇନାଲ ପାଇଁ ଆଉ ମାତ୍ର ଗୋଟିଏ ପାଦ

ଫାଇନାଲ ପାଇଁ ଆଉ ମାତ୍ର ଗୋଟିଏ ପାଦ

18

୦୩/୦୮/୨୧ (ଜିଲ୍ଲା ଖବର) : ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମି ଫାଇନାଲରେ ଭାରତ-ବେଲଜିୟମ୍ ଟକ୍କର । ବିଶ୍ଵ ଚାମ୍ପିଅନ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ୪୯ ବର୍ଷ ପରେ ଆଉ ଏକ ଅଲିମ୍ପିକ୍ସ ପଦକ ଜିତିବା ଦିଗରେ ଭାରତୀୟ ଦଳ ।

ଟୋକିଓ ଅଲିମ୍ପିକ୍ସରେ ନିଜ ଐତିହାସିକ ବିଜୟ ଧାରା ସହ ପାଞ୍ଚ ଦଶନ୍ଧି ପରେ ସେମିଫାଇନାଲ୍ ଖେଳୁଛି ଭାରତୀୟ ହକି ଦଳ । ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍ସର ସେମିଫାଇନାଲ୍ ମ୍ୟାଚ୍ ଖେଳୁଛି ଭାରତ । ଅଲିମ୍ପିକରେ ସମୃଦ୍ଧ ଇତିହାସ ଫେରାଇବା ପାଇଁ ମନପ୍ରୀତ ସିଂହଙ୍କ ନେତୃତ୍ଵାଧୀନ ଦଳ ଅଗ୍ରସର ହେଉଥିବା ବେଳେ ବିଶ୍ୱର ନଜର ଆଜିର ମ୍ୟାଚ୍ ଉପରେ ରହିଛି ।