
କୁକୁଡ଼ାଖଣ୍ଡି, (ଜିଲ୍ଲା ଖବର ) : କୁକୁଡ଼ାଖଣ୍ଡି ବ୍ଲକ କବିତା ଘର ବ୍ରହ୍ମପୁର ମଞ୍ଚ ତରଫରରୁ ଆଜି ଅନୁଷ୍ଠିତ ହୋଇଯାଇଛି୫ ମ ସାହିତ୍ୟ ଉତ୍ସବରେ କବିତା ଘର ମଞ୍ଚର ସଭାପତି ଡ଼ ରାଜେନ୍ଦ୍ର କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବି.ଡ଼ି.ଓ ତଥା ଲେଖକ ଗଦାଧର ପାତ୍ରଙ୍କ ସୌଜନ୍ୟତା କ୍ରମେ ଅତି ସୁନ୍ଦର ରୂପେ ଆୟୋଜିତ ହୋଇଯାଇଛି। ସଭାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲେଖକଙ୍କ ମନ ମୁଗ୍ଧକର କବିତାର ଲେଖିନି ଉପରେ ଆଲୋକ ପାତ କରିଥିଲେ l ଏହି ୫ମ ସାହିତ୍ୟ ମଞ୍ଚ ତରଫରୁ ଏହାକୁ କବିତା ଘର ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ କରିଥିଲେ।ପ୍ରଥମ ପର୍ଯ୍ୟାୟରେ କବି ଓ ପ୍ରିୟକବି ପୁସ୍ତକ ଉନ୍ମୋଚନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାହିତ୍ୟ ଆଲୋଚନା ସହ କବିତା ପାଠ ମଧ୍ୟ ହୋଇଥିଲା। ସାହିତ୍ୟ ମଞ୍ଚର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କାର୍ଯ୍ୟାଳୟ ତରଫରୁ କୁକୁଡ଼ାଖଣ୍ଡି ବ୍ଲକର ବି.ଡ଼ି.ଓ ଅଫିସ କାର୍ଯ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହଇଥିଲା । ଏହି ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାହିତ୍ୟକ ନବରଙ୍ଗପୁରରୁ ଆସିଥିବା ବୁଲୁ ହୋତା ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାୟଗଡା ଅତିଥି ଲେଖକ ଡମ୍ବୁରଧର ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାର ଅତିଥି ଭାବେ କବି କେ. ଶ୍ୟାମବାବୁ ଦୋରା ଯୋଗଦାନରେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଦ୍ଵିତୀୟ ଅଧିବେଶନରେ ଭୁବନେଶ୍ୱରରୁ ମୁଖ୍ୟ ଅତିଥି ଭାବେ ଫୋନି ମହାନ୍ତି,କଟକରୁ ବକ୍ତା ଭାବେ ଧନଞ୍ଜୟ ସ୍ୱାଇଁ, ବିଶାଖାପାଟଣା ଗଳ୍ପକ ଅରବିନ୍ଦ ଦାଶ, ସାମ୍ବାଦିକ ମୁରଲୀଧର ସାମଲ, ସମାଜ ସେବୀ ଭାଗିରଥି ମହାରଣା, ସଭାପତି ରାଜେନ୍ଦ୍ର କୁମାର ବେହେରାଙ୍କ ଅଧକ୍ଷତାରେ ବିଡମ୍ବନା ପ୍ରେମର ସହର ଅପସରା ରାତି, ପେଙ୍ଗୁଇନ ଦେଶ ଆଣ୍ଠରକାଟିକା ଏଭଳି କିଛି କବିତା ବହି ଗୁଡିକ ଉନ୍ନଚନ କରିଥିଲେ ।






