
ପୁରୀ,୦୩/୦୮/୨୧ (ଜିଲ୍ଲା ଖବର) : ପୁରୀ ଜିଲ୍ଲା ପାଇଁ ଲାଗୁ ହେଲା ନୂଆ କୋଭିଡ ଗାଇଡ୍ ଲାଇନ । ଶ୍ରୀମନ୍ଦିର ବ୍ୟତିତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ମିଳିଲା ଅନୁମତି । ୬୧ ବର୍ଷରୁ ଅଧିକ ବୟଷ୍କ, ୧୦ ବର୍ଷରୁ କମ ପିଲା ଓ ଗର୍ଭବତୀଙ୍କ ପାଇଁ ଲାଗୁ ରହିବ କଟକଣା । ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲା ରହିବ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ।
ସେପଟେ ସପ୍ତାହନ୍ତ ସଟଡାଉନ କେବଳ ସହରାଞ୍ଚଳ ପାଇଁ ଲାଗୁ ହେବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ମାସ୍କ ଓ ସାମାଜିକ ଦୂରତାକୁ ଦିଆଯିବ ପ୍ରାଥମିକତା । ଅବମାନନା କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ।



