Home ଆଞ୍ଚଳିକ ଅଲିମ୍ପିକ୍ସ ହକିରେ ଭାରତର ସ୍ୱର୍ଣ୍ଣ ଆଶା ଧୂଳିସାତ, ବ୍ରୋଞ୍ଜ ମେଡାଲ୍ ପାଇଁ ଖେଳିବ ଟିମ୍ ଇଣ୍ଡିଆ

ଅଲିମ୍ପିକ୍ସ ହକିରେ ଭାରତର ସ୍ୱର୍ଣ୍ଣ ଆଶା ଧୂଳିସାତ, ବ୍ରୋଞ୍ଜ ମେଡାଲ୍ ପାଇଁ ଖେଳିବ ଟିମ୍ ଇଣ୍ଡିଆ

14

୦୩/୦୮/୨୧ (ଜିଲ୍ଲା ଖବର) :  ଅଲିମ୍ପିକ୍ସ ହକିରେ ଭାରତର ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଛି । ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିଲା ଭାରତୀୟ ପୁରୁଷ ହକି ଦଳ । ସେମିଫାଇନାଲରେ ଓ୍ୱାର୍ଲଡ ଚାମ୍ପିଅନ୍ ବେଲଜିୟଠାରୁ ୫-୨ ଗୋଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍ । ମ୍ୟାଚ୍ ହାରିଥିଲେ ବି ଭାରତ ପାଖରେ ପଦକ ଜିତିବାର ସୁଯୋଗ ରହିଛି । ବ୍ରୋଞ୍ଜ ମେଡାଲ୍ ପାଇଁ ଖେଳିବ ଟିମ୍ ଇଣ୍ଡିଆ ।

ଆଜିର ମ୍ୟାଚରେ କାଣ୍ଟେ କା ଟକ୍କର ହୋଇଥିଲା । ମ୍ୟାଚ୍ ଆରମ୍ଭରୁ ଆଟାକିଂ ଖେଳିଥିଲା ବେଲଜିୟମ୍ । ପ୍ରଥମ କ୍ୱାର୍ଟରରେ ଭାରତ ଉପରେ ପ୍ରଥମ ଗୋଲ୍ ଦେଇଥିଲା । ଏହାପରେ ଆଟାକିଂ ମୁଡକୁ ଆସିଥିଲା ଟିମ୍ ଇଣ୍ଡିଆ । ବେଲଜିୟମକୁ ଗୋଲ୍ ସୁଝିଥିଲା ।ହାଟ୍ରିକ୍ ଗୋଲ୍ ବଳରେ ବେଲଜିୟମ୍ ସେମି ଫାଇନାଲକୁ ୫-୨ରେ ଜିତି ଫାଇନାଲକୁ ଯାଇଛି ।