Wednesday, November 11, 2026
Home ଆଞ୍ଚଳିକ ଖୋଲୁଚି OSSC ବିଭାଗର ଗୁମର

ଖୋଲୁଚି OSSC ବିଭାଗର ଗୁମର

18

ଭୁବନେଶ୍ୱର, ୦୩/୦୮/୨୧ (ଜିଲ୍ଲା ଖବର) :   ବିରଞ୍ଚି ସାହୁ ଗିରଫ ପରେ ଖୋଲୁଚି OSSC ବିଭାଗର ଗୋଟିଏ ପରେ ଗୋଟିଏ ଗୁମର । କମ ମାର୍କ ରଖିଥିବା ପିଲା ହେଉଛନ୍ତି  ସିଲେକ୍ଟ ଓ ଅଧିକ ମାର୍କ ରଖିଥିବା ପିଲା ହେଉଛନ୍ତି ରିଜେକ୍ଟ  ।  RTI ତଥ୍ୟରୁ ସାମନାକୁ ଆସିଛି ଏଭଳି ସତ ।

୨୦୧୦ ମିସିହାରେ OSSC ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତିରେ ହୋଇଛି ଦୁର୍ନୀତି । କେନ୍ଦ୍ରାପଡ଼ାର ଚିନ୍ମୟ ରଖିଥିଲେ ୧୭୭.୨୫ ମାର୍କ । ହେଲେ ନିଯୁକ୍ତି ପାଇଛନ୍ତି ୧୭୫ ମାର୍କ ରଖିଥିବା ପ୍ରାର୍ଥୀ । ଅଧିକ ମାର୍କ ରଖି ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଚିନ୍ମୟ । ଏବେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି  ଚିନ୍ମୟ । କେବଳ ବିରଞ୍ଚି ନୁହନ୍ତି, ଏହା ପଛରେ ଏକ ବଡ଼ ରାକେଟ୍‌ ବର୍ଷ ବର୍ଷ ଧରି କାମ କରୁଛି ଏବଂ ଚାକିରି ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଆଦାୟ ହେଉଛି ବୋଲି ବିଭିନ୍ନ ଆଡ଼ୁ ଅଭିଯୋଗ ଆସିବା ଆରମ୍ଭ ହୋଇଛି ।

ତେଣୁ ସୋମବାର ରାଜ୍ୟ ସରକାର ବିରଞ୍ଚିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାଧାରଣତଃ ଭିଜିଲାନ୍ସ ଚଢ଼ଉ ବେଳେ କେହି ଧରା ହେଲେ ଅଭିଯୁକ୍ତକୁ ଚାକିରିରୁ ନିଲମ୍ବିତ କରାଯାଉଥିବା ବେଳେ ବିରଞ୍ଚିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଘୋ‌ଷଣା କରାଯାଇଛି ।