Sunday, November 15, 2026
Home ଆଞ୍ଚଳିକ ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନ ଉତ୍କଳ ପବ୍ଲିକ୍ ସ୍କୁଲକୁ ଏକ ଡବଲ୍...

ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନ ଉତ୍କଳ ପବ୍ଲିକ୍ ସ୍କୁଲକୁ ଏକ ଡବଲ୍ ଦ୍ବାର ଥିବା ରେଫ୍ରିଜରେଟର ପ୍ରଦାନ କରିଛି

35

ଖୋର୍ଦ୍ଧା,୨/୮(ଜିଲ୍ଲା ଖବର) : ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ (ECORWWO), ଖୋର୍ଦ୍ଧା ରୋଡ଼ ସଭାପତି ଶ୍ରୀମତୀ ପୂର୍ଣ୍ଣିମା ସିଂହଙ୍କ ନେତୃତ୍ୱରେ ECORWWO ଦ୍ୱାରା ଉତ୍କଳ ପବ୍ଲିକ ସ୍କୁଲକୁ ଗୋଟିଏ ଡବଲ୍ ଦ୍ୱାର ଥିବା ରେଫ୍ରିଜରେଟର ଦାନ କରାଯାଇଛି | ଉତ୍କଳ ପବ୍ଲିକ୍ ସ୍କୁଲ୍ ECORWWO ଦ୍ୱାରା ପରିଚାଳିତ ହେଉଛି |

ଏହି ଅବସରରେ ECORWWO ର ଉପ-ସଭାପତି, ଶ୍ରୀମତୀ ସୀମା ପନ୍ୱର୍, ECORWWO ର ସଚିବ, ଶ୍ରୀମତୀ ସାଗରିକା ଶତପଥୀ, ଉତ୍କଳ ପବ୍ଲିକ୍ ସ୍କୁଲର ଦାୟିତ୍ୱରେ ଥିବା ଶ୍ରୀମତୀ ମନୋଜା ପାଢୀ ଏବଂ ମହିଳା କଲ୍ୟାଣ ସଂଗଠନ ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ରୀପୋର୍ଟ ,ସଞ୍ଜୀବ କୁମାର