
ବିଷମକଟକ,୨/୮(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଭୌରବଗଡ଼ ଗ୍ରାମରେ ଥିବା ପ୍ରସିଦ୍ଧ ଭୌରବ ମନ୍ଦିରରୁ ଅସ୍ତ୍ର ଓ ଅଳଙ୍କାର ଚୋରି ଅଭିଯୋଗ ହୋଇଥିବା ଜଣାପଡିଛି l ଏନେଇ ଗ୍ରାମବାସୀଙ୍କ ତରଫରୁ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ରବିବାର ମଧ୍ୟବର୍ତ୍ତୀ ରାତ୍ରରେ ଏହି ଚୋରି ହୋଇଥିବା ବେଳେ ସକାଳେ ମନ୍ଦିରର ପୂଜାରୀ ମନ୍ଦିରକୁ ଆସି ଦେଖିବା ବେଳେ ମନ୍ଦିରର ମୁଖ୍ୟ ଦୁଆରରେ ତାଲା ଭାଙ୍ଗି ପଡିଥିବା ଦେଖି ଭିତରକୁ ଯାଇ ଦେଖିବା ବେଳେ ମନ୍ଦିରରେ ପୂଜା ପାଉଥିବା ଦେବତାଙ୍କ ଅସ୍ତ୍ର ଓ ଅଳଙ୍କାର ନଥିବା ଦେଖି ପୂଜାରୀ ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ ଗ୍ରାମବାସୀଙ୍କ ସମେତ ସରପଞ୍ଚ ମନ୍ଦିରକୁ ଯାଇ ଘଟଣା ସମ୍ପର୍କରେ ଜାଣିଥିଲେ l ଲିଖିତ ଅଭିଯୋଗ ପାଇବା ପରେ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ,ଆଇଆଇସି ସୁଜ୍ଞାନୀ ସାହୁଙ୍କ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ମନ୍ଦିରରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ରାୟଗଡାରୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ପରେ ଚୋରି ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଏସଡ଼ିପିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀ ଗୁଡିକ ହେଲା ପୂଜା ପାଉଥିବା ଦୁଇଟି ଅସ୍ତ୍ର ସହ ରୁପା ମୁକୁଟ,ଆଖି,ନାକ ଜିଭ, ଚିତା ଆଦି ଚୋରି ହୋଇଥିବା ବେଳେ ମନ୍ଦିରର ହୁଣ୍ଡୀ କିମ୍ଭା ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଜଣାପିଡ଼ିଛି l
ରିପୋର୍ଟ ପ୍ରସନ୍ନ କୁମାର ପଣ୍ଡା ।


