Friday, November 13, 2026
Home ଆଞ୍ଚଳିକ ସୁଦୂର ହିମାଳୟ ପର୍ବତ ଶିଖରରେ ଫୁଟୁଥିବା ଦୁର୍ଲଭ ବ୍ରହ୍ମକମଳ ଫୁଲ ରାଲବ ଗ୍ରାମରେ

ସୁଦୂର ହିମାଳୟ ପର୍ବତ ଶିଖରରେ ଫୁଟୁଥିବା ଦୁର୍ଲଭ ବ୍ରହ୍ମକମଳ ଫୁଲ ରାଲବ ଗ୍ରାମରେ

182

ହିଞ୍ଜିଳିକାଟୁ,୧/୮(ଜିଲ୍ଲା ଖବର) : ପ୍ରଭୁ ବିଷ୍ଣୁଙ୍କ ନାଭିରୁ ଜାତ ବ୍ରହ୍ମ କମଳ ଫୁଲରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ବିରାଜମାନ କରିଥିବା ପୁରାଣ ବର୍ଣ୍ଣିତ । ଦେବପୁଷ୍ପ ପାରିଜାତ ସମତୁଲ୍ୟ ଏହି ଫୁଲ । ସୁଦୂର ହିମାଳୟ ପାର୍ବତ୍ୟମାଳାର ୧୭ହଜାର ଫୁଟ ଉଚ୍ଚତାରେ ଫୁଟୁଥିବା ଏହି ଅତ୍ୟନ୍ତ ସୁନ୍ଦର ଏବଂ ପବିତ୍ର ବ୍ରହ୍ମ କମଳ ଫୁଲ ଫୁଟିବା ସମୟରେ ସ୍ୱୟଂ ବ୍ରହ୍ମଦେବଙ୍କ ଏକ ତ୍ରିଶୂଳର ଆକୃତି ନେଇଥାଏ । ଯାହା ଘର ଅଗଣାରେ ଫୁଟେ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ପ୍ରଭୁ ବହ୍ମାଙ୍କ ଆଶୀର୍ବାଦରେ ସେ ପରିବାରରେ ସୁଖ ସଂବୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି । ଏମିତି ଏକ ସୌଭାଗ୍ୟର ଅଧିକାରୀ ହୋଇଛନ୍ତି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଲବ ଗ୍ରାମର ଟୁକୁଲା ଖୁଣ୍ଟିଆ। ନିଜ ସମ୍ପର୍କୀୟଙ୍କ ଦ୍ୱାରା ପ୍ରଦତ୍ତ ଏହି ଦୁର୍ଲଭ୍ୟ ଫୁଲଗଛ ସେ ଦୁଇ ବର୍ଷ ପୂର୍ବେ ନିଜ ଘର ବାଡ଼ିରେ ଲଗାଇଥିଲେ । ପ୍ରତ୍ୟେକ ଦିନ ଗଛର ଯତ୍ନ ନେବା ସହ ସନ୍ଧ୍ୟା ସମୟରେ ଦ୍ବୀପ ପ୍ରଜ୍ବଳନ କରି ବ୍ରହ୍ମକମଳ ଫୁଲ ଗଛରୁ ଫୁଲ ଫୁଟିଲେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବେ ବୋଲି ମାନସିକ ମଧ୍ୟ କରିଥିଲେ। ଗତକାଲି ରାତିରେ ଗୋଟିଏ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ଉକ୍ତ ଫୁଲକୁ ସାହିର ଅନେକ ମହିଳା ଓ ପୁରୁଷଙ୍କ ଦର୍ଶନ ପାଇଁ ଭିଡ ଜମିଥିବା ବେଳେ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ଟୁକୁଲାଙ୍କ ଗଛର ପ୍ରଥମ ଫୁଲ ଶ୍ରୀକୁଞ୍ଜବିହାରି ଙ୍କ ପାଖରେ ଅର୍ପବ କରିଛନ୍ତି। ଏହି ଫୁଲକୁ ସାଧାରଣତଃ ବର୍ଷର ଜୁଲାଇ ମାସଠାରୁ ଆରମ୍ଭ କରି ଅକ୍ଟୋବର ମାସ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ବିରଳ ବ୍ରହ୍ମ କମଳ ଫୁଲର ଔଷଧୀୟ ନାମ ସସୋରିୟା ଓବୋବେଲାଟା ଅଟେ ଏବଂ ଏହି ଦିବ୍ୟପୁଷ୍ପକୁ ହିମାଚଳପ୍ରଦେଶରେ ଦୁଗ୍ଧପୁଷ୍ପ, ଉତ୍ତରାଖଣ୍ଡରେ ରାଜ୍ୟପୁଷ୍ପ କୁହାଯାଇଥିବା ବେଳେ କାଶ୍ମୀର ରେ ଗଲ ଗଲ ଓ ଉତ୍ତର-ପଶ୍ଚିମ ରାଜ୍ୟରେ ବର୍ଗନ ଡଟୋଗେସ ନାମରେ ପରିଚିତ । ଏହା ଏକ ଔଷଧୀୟ ଫୁଲ ଅଟେ ଏବଂ ଶ୍ଵାସ ଓ କ୍ୟାନସର ପରି ଅନେକ ଦୁଃରାସାଧ୍ୟ ରୋଗରେ ଏହାକୁ ଉପଯୋଗ କରାଯାଏ ।