
ଜଟଣୀ,୧/୮(ଜିଲ୍ଲା ଖବର) : ଜଟଣୀ ଜନଧୀକାର ସଂଘ ପକ୍ଷରୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରାରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ନାୟକଙ୍କ ଆତିଥ୍ୟରେ ଜନଧୀକାର ସଂଘର କର୍ମକର୍ତାମାନେ ନିମ୍ବ, କୃଷ୍ଣଚୁଡ଼ା, ଅଁଳା, ଚାକୁଣ୍ଡା ଆଦି ବିଭିନ୍ନ ଉନ୍ନତ କିସମର ଚାରାରୋପଣ କରିଛନ୍ତି। ସଂଘର ସମ୍ପାଦକ ବାସୁଦେବ ସେଠୀଙ୍କ ନେତୃତ୍ବରେ ସଂଗଠନର ଉପଦେଷ୍ଟା ହବିଦୁର ରେହମାନ, ଜିଲ୍ଲା ଉପସଭାପତି ସଞ୍ଜୀବ କୁମାର,ଅନାଥ ପଟ୍ଟନାୟକ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଏହି ଅବସରରେ ସଂଘ ପକ୍ଷରୁ ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରୀପୋର୍ଟ ,ସଞ୍ଜୀବ କୁମାର ।


