
ବେଜିଂ –୧/୮(ଜିଲ୍ଲା ଖବର) : ଚୀନ୍ରେ ପୁଣି ବଢ଼ିଲା କରୋନା ଆତଙ୍କ। କୋଭିଡ୍-୧୯ର ଡେଲଟା ସ୍ୱରୂପ ମାମଲାରେ ହଠାତ୍ ବୃଦ୍ଧି ଘଟିଛି । ଚୀନ୍ର ରାଜଧାନୀ ବେଜିଂ ସହ ୧୫ଟି ସହର ସଂକ୍ରମଣର ଶିକାର ହୋଇଛି । ସରକାରୀ ମିଡ଼ିଆ ଏହାକୁ ଡିସେମ୍ୱର ୨୦୧୯ରେ ଉହାନରେ ଭାଇରସର ପ୍ରକୋପ ପରେ ସବୁଠୁ ବ୍ୟାପକ ଘରୋଇ ରୋଗ ସଂକ୍ରମଣ ବୋଲି କହିଛି ।
ଗ୍ଲୋବାଲ ଟାଇମ୍ସ କହିଛି କି କୋଭିଡ୍-୧୯ ମାମଲାରେ ନୂଆ ବୃଦ୍ଧି ପୂର୍ବ ଚୀନ୍ର ଜିଆଂଗସୁ ପ୍ରାନ୍ତର ରାଜଧାନୀ ନାନଜିଂଗର ଏକ ଏୟାରପୋର୍ଟରେ ଆରମ୍ଭ ହୋଇଛି ଏହଂ ୫ଟି ଅନ୍ୟ ପ୍ରାନ୍ତ ଓ ବେଜିଂ ନଗରପାଳିକାରେ ବ୍ୟାପିଛି । କରୋନାର ଡେଲ୍ଟା ଭାରିଏଣ୍ଟ ବହୁତ ଘାତକ , ହାଡ଼ଫୁଟି ପରି ହୋଇପାରେ ।
ଦ୍ରୁତ ଗତିରେ ବ୍ୟାପୁଥିବା ଡେଲଟା ଭାରିଏଣ୍ଟର ମାମଲା ୧୫ଟି ଚୀନ୍ ସହରରେ ସାମନାକୁ ଆସିଛି । ଡେଲଟା ଭାରିଏଣ୍ଟର ସବୁଠୁ ପ୍ରଥମେ ଚିହ୍ନଟ ଭାରତରେ ହୋଇଥିଲା । ହେଲେ ନୂଆ ମାମଲାର ସଂଖ୍ୟା ଏବେ ବି କିଛି ଶହ ମଧ୍ୟରେ ଅଛି । ହେଲେ ଚୀନରେ ବିଭିନ୍ନ ସ୍ଥାନରେ ସଂକ୍ରମଣର ବ୍ୟାପକ ପ୍ରସାରର ଚିନ୍ତା ବଢ଼ି ଯାଇଛି ।
ରୀପୋର୍ଟ,ସଞ୍ଜୀବ କୁମାର



