Wednesday, July 22, 2026
Home ଅପରାଧ ଡ୍ୟାମରେ ଭାସୁଛି ମୃତ ଦେହ

ଡ୍ୟାମରେ ଭାସୁଛି ମୃତ ଦେହ

90


ବାଲିଗୁଡା, 3/11(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ରୀଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିନାଯୁ ଗ୍ରାମ ନିକଟରେ ଡ୍ୟାମରେ ଜଣେ ବୃଦ୍ଧାଙ୍କ ମୃତ ଦେହ ଭାସିବାର ଦେଖିବାକୁ ମିଳିଥିଲା l ବୃଦ୍ଧା ଜଣକ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ ସେ ଗତ ତିରିଶ ତାରିଖରୁ ନଖୋଜ ଥିଲେ l ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ଆଜି ସକାଳୁ ସ୍ଥାନୀୟ ଲୋକ ଶବ ଭାସିବାର ଦେଖି ପୋଲିସ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ଜି ଉଦୟଗିରି ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ ହେଲେ l ଏହା ହତ୍ୟା ନା ଆତ୍ମ ହତ୍ୟା ଏନେଇ ପୋଲିସ ଏହାର ତଦନ୍ତ ଚଳାଇଛନ୍ତି l