Sunday, November 15, 2026
Home ଆଞ୍ଚଳିକ ଜିଲ୍ଲା ର ସମୂହ ସାମ୍ବାଦିକ ଙ୍କୁ ସହଯୋଗ ଆମ୍ଭ ର ଲକ୍ଷ୍ୟ ହେଉ -ସମ୍ପାଦକ

ଜିଲ୍ଲା ର ସମୂହ ସାମ୍ବାଦିକ ଙ୍କୁ ସହଯୋଗ ଆମ୍ଭ ର ଲକ୍ଷ୍ୟ ହେଉ -ସମ୍ପାଦକ

78

ରାୟଗଡା,୩୧/୭( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ପ୍ରେସ ୟୁନିୟନ ର ଦ୍ୱିତୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଦର ମହାକୁମାରେ ଅବସ୍ତିତ ସ୍ଥାନୀୟ ବରିଷ୍ଠ ନାଗରିକ କର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର କାର୍ଯ୍ୟକାରିଣୀ ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକ ରେ ସଂଘ ର ସମ୍ପାଦକ ଶ୍ରୀ ଶିବାଜୀ ଦାସ ସଭା ର ପରିଚାଳନା କରିଥିଲେ ସଙ୍ଘର ହୋଇଥିବା ଓ ଆଗକୁ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପରିଚାଳନା ସମ୍ବନ୍ଧୀୟ ଆଲୋଚନା ହୋଇଥିଲା l ସଙ୍ଘକୁ ସଦୃଢ଼, ସାମୁହିକ, ଓ ଶୃଙ୍ଖଳା ର ସହିତ ଆଗକୁ କିପରି କାର୍ଯ୍ୟକ୍ରମ ଗୁଡିକ କରାଯାଇପାରିବ ସେ ଦିଗରେ ଉପସ୍ଥିତ ସଭ୍ୟ ମାନଙ୍କ ବ୍ୟକ୍ତିଗତ ମତାମତ ରଖିବାକୁ ସମ୍ପାଦକ ଅନୁରୋଧ କରିଥିଲେ l ଉପସ୍ଥିତ ସମସ୍ତ ସଭ୍ୟ ନିଜ ନିଜର ମତାମତ ରଖିବା ସହ ସଙ୍ଘକୁ ଅହୁରି ମଜବୁତ କରିବାକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ l ସମ୍ପାଦକ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ସଂଘ ରେ ଉପସ୍ଥିତ ସମସ୍ତ ସଭ୍ୟ ଓ ପଦ ପଦବୀରେ ଥିବା ସମସ୍ତ ସହଯୋଗୀ ସଂଘ ଏକ ବ୍ୟକ୍ତିଗତ ଅନୁଷ୍ଠାନ ବୋଲି ଚିନ୍ତାଧାରା କରିବା ଅନୁଚିତ l ସଂଘ ଏକ ପରିବାର ଓ ପରିଚାଳନା କରିବା ପାଇଁ ଜଣଙ୍କୁ ଦାୟିତ୍ୱ ଦେବା ଏକ ପଦ, ପଦବୀ ଅଟେ l କିନ୍ତୁ ସଂଘ ର କାର୍ଯ୍ୟ ଓ କୌଣସି ସମସ୍ୟା ପାଇଁ ନିଆଯାଉଥିବା ପଦକ୍ଷେପ ସାମୁହିକ ଢଙ୍ଗରେ ନିର୍ବାହ କରିବା କୁ ମୁଁ ସର୍ବଦା ଚେଷ୍ଟା ହିଁ କରିଥାଏ l ଯାହା ଆଗାମୀ ଦିନ ଗୁଡିକରେ ମଧ୍ୟ କରିବି l ଏଣୁ ସମସ୍ତ ଙ୍କ ସହଯୋଗ ଓ ମତାମତ ରେ ହିଁ ସଙ୍ଘକୁ ଆଗକୁ ନେବା କୁ ସେ ପ୍ରତିଶୃତି ବଧ l ଜିଲ୍ଲା ର ପ୍ରତିଟି ବ୍ଲକ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଦଳଗତ ନିର୍ବିଶେଷରେ ପ୍ରତିଟି ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବା ସଂଙ୍ଘ ର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ l ସଂଘର କୋଷାଧକ୍ଷ ଶ୍ରୀ ରଶ୍ମିରଞ୍ଜନ ଦୋରା ନିଜ ବକ୍ତବ୍ୟରେ ଉପସ୍ଥିତ ସମସ୍ତ ସଭ୍ୟ ଓ କାର୍ଯ୍ୟ ରେ ସହଯୋଗ କରୁଥିବା ମୋର ସହଯୋଗୀ ମାନ ଙ୍କ ସହଯୋଗ ଯଦି ଏହିପରି ଜାରି ରୁହେ ତେବେ ଆଗାମୀ ଦିନରେ ନିଛିନ୍ତ ରୂପେ ସଂଙ୍ଘ ର କାର୍ଯ୍ୟ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ପ୍ରେସ ୟୁନିୟନ ର ନାମ ଏକ ଉଦାହରଣ ହୋଇ ଠିଆ ହୋଇପାରିବ l ସଂଙ୍ଘ ଓ ସଂଙ୍ଘ ର ସଂଜ୍ଞା କୁ ଯଦି ସମୂହ ଉପଯୁକ୍ତ ଭାବେ ବୁଝିପାରିବା ତେବେ ସଙ୍ଘର କାର୍ଯ୍ୟ କଳାପ ଜିଲ୍ଲା ର କାର୍ଯ୍ୟରତ ପ୍ରତିଟି ସାମ୍ବାଦିକ ସାଥୀ ମାନଙ୍କ ପାଖରେ ଆଦୃତ ହୋଇପାରିବ ଓ ସମୂହ ଏକାଠି ହୋଇ ରାଜ୍ୟରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଘନ ଘନ ଆକ୍ରମଣ ଓ ଆକ୍ରୋଶ ବିରୁଧରେ ଲଢେଇ କରିପାରିବା ବୋଲି ପ୍ରକାଶ କରିଥିଲେ l ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟରେ ସଙ୍ଘରେ ସମସ୍ତ ସଭ୍ୟ ନିଜ ପରିବାର ସଦସ୍ୟ ଭଳି ପରସ୍ପର ପରସ୍ପର ପ୍ରତି ସ୍ନେହ ଓ ଭାଷାର ଆଦାନ ପ୍ରଦାନ ଦିଗରେ ମାର୍ଜିତ ରଖି ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଉକ୍ତ ବୈଠକ ରେ ରାଜେଶ କୁମାର ମହାନ୍ତି, ପରମାନନ୍ଦ ପ୍ରଧାନ, ଆଇ ସର୍ବେଶ୍ୱର ରାଓ, ଶ୍ରୀଧର ଚୌଧିରି, ସନ୍ତୋଷ ପାଢ଼ୀ, ରାଜୀବ ଲୋଚନପଣ୍ଡା, ସଦାନନ୍ଦ ଆଚାର୍ଯ୍ୟ, ପ୍ରସନ୍ନ ପଣ୍ଡା, ସଙ୍କେତ ପାତ୍ର, ଗଣେଶ ସାହୁ, ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।